ପ୍ରାକ୍ତନ ସହକାରୀ ବନ ସଂରକ୍ଷକ ସ୍ବର୍ଗତ ଶ୍ରୀ ଗୋକୁଳ ଚନ୍ଦ୍ର ଶତପଥୀଙ୍କ ଦ୍ୱାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

0
352

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଜଗନ୍ନାଥ ପୁର ଶାସନ ଓ କବିସମ୍ରାଟ ସାହିତ୍ୟ ସଂସଦ, ଭଞ୍ଜନଗର ର ମିଳିତ ଉଦ୍ୟମ ରେ ସ୍ବର୍ଗତ ସହକାରୀ ବନ ସଂରକ୍ଷକ ଗୋକୁଳ ଚନ୍ଦ୍ର ଶତପଥୀ ଙ୍କ ଦ୍ୱାଦଶ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସରକାର ଙ୍କ କୋଭିଡ ୧୯ ନିୟମ କୁ ମାନି ଅଞ୍ଚଳ ର ସ୍ବେଛାସେବୀ ସରୋଜ ନାୟକ ଙ୍କ ତତ୍ତ୍ଵାବଧାନରେ ପାଳନ କରା ଯାଇଛି
ସ୍ବର୍ଗତ ଶତପଥୀ ଙ୍କ ଜନ୍ମ ମାଟି ଜଗନ୍ନାଥ ପୁରରେ ଗ୍ରାମ୍ୟ ଟଷ୍ଟ୍ରି ପ୍ରତାପ ଦାଶ ଙ୍କ ସଭାପତିତ୍ବ ରେ ବୁଧବାର ଦିନ ସ୍ବର୍ଗତ ଶତପଥୀ ଙ୍କ ସ୍ମୃତି ଚାରଣ କରି ଶୋକ ସଭା ପାଳନ ହୋଇଯାଇଛି। ଏ ସଭା ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାଶ ଯୋଗଦେଇ କହିଥିଲେ ସେ କହିଥିଲେ, ସ୍ବର୍ଗତ ଶତପଥୀ ଙ୍କ ସହ ମୋର ୧୯୮୮ ମସିହା ରୁ ସମ୍ପର୍କ। ତାଙ୍କ ସହ ମୋର ରକ୍ତଗତ ସମ୍ପର୍କ ନଥିଲେ ସୁଦ୍ଧା ସେ ମୋ ପିତୃତୁଲ୍ୟ ଥିଲେ। ତାଙ୍କ କାର୍ଯ୍ୟ ଦକ୍ଷତା ଶୈଳୀ ଆମ୍ଭଙ୍କୁ ସଦା ପ୍ରେରଣା ଯୋଗାଇଛି। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଲୋକନାଥ ମହାନ୍ତି, ଅନ୍ୟତମବକ୍ତା ଭାବେ ପ୍ରତାପ ଦାଶ, ପଦ୍ମ ଚରଣ ଷଡ଼ଙ୍ଗୀ, ସୁରେନ୍ଦ୍ର ନାଥ ଦାଶ, ଭାସ୍କର ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଶତପଥୀ ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ ପ୍ରଭାତ କୁମାର ମିଶ୍ର ସଂଯୋଜନା କରିଥିଲେ। ଶେଷରେ ପ୍ରଶାନ୍ତ କୁମାର ତ୍ରିପାଠୀ ଧନ୍ୟ ବାଦ ପ୍ରଦାନ କରିଥଲେ। ଅନ୍ୟ ପକ୍ଷରେ ସେଇ ଏକା ସମୟରେ କବିସମ୍ରାଟ ସାହିତ୍ୟ ସଂସଦ, ଭଞ୍ଜନଗର ତରଫରୁ ଡ. ରାଜେନ୍ଦ୍ର କୁମାର ତ୍ରିପାଠୀ ଙ୍କ ସଂଯୋଜନା ରେ ସ୍ବର୍ଗତ ଶତପଥୀ ଙ୍କୁ ଶ୍ରଦ୍ଧାଞ୍ଜଳୀ ସମର୍ପଣ ଉଦ୍ୱେଶରେ ପଚାଶ ରୁ ଉର୍ଦ୍ଧ୍ବ ଶତପଥୀ ପ୍ରେମିକୁ ନେଇ ଗୁଗୁଲ ମୀଟ ରେ ଭର୍ଚୁଆଲ ସମାବେଶ କରିଥିଲେ। ଏଥିରେ ସାହିତ୍ୟ ସଂସଦ ର ସଭାପତି ଡ. ସୁରେଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ପ୍ରାକ୍ତନ ରେଞ୍ଜର ସରୋଜ କୁମାର ନନ୍ଦ ଯୋଗେ ଦେଇ ଶତପଥୀ ଙ୍କ ବହୁମୁଖି ପ୍ରତିଭା ସ୍ମୁତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶତପଥୀ ମହୋଦୟ ଙ୍କ ସହ ସମ୍ପର୍କିତ ବହୁ ବଂଧୁ ଦେବରାଜ ଦାଶ,ବିଦ୍ୟାଧର ମିଶ୍ର, ବିଜୟ ହୋତା,ଡ.ଗୁରୁ ମୂର୍ତ୍ତି ନାୟକ, ପୂର୍ଣ୍ଣ ମିଶ୍ର, ଦିଲ୍ଲୀ ରୁ ପୁତୁରା କୁନା, ସୁବାସ ଚନ୍ଦ୍ର ମିଶ୍ର, ଚେନାଇ ରୁ ନିଲୁ, ଆମେରିକା ରୁ ସିତୁ, ବୌଦ୍ଧ ରୁ ଜିତୁ, ଭୁବନେଶ୍ଵର ରୁ ଡ.ଶାନ୍ତନୁ ଦାଶ, ଡ. ଲଳିତ ମୋହନ ରଥ, ବଡ ଭାଇ କୃଷ୍ଣ ଚଂଦ୍ର ଶତପଥୀ, ଉମର କୋଟ ରୁ ଭଣଜା ବୋହୂ ମୂର୍ଚ୍ଚନା, ଝିଆରୀ ରେଣୁବାଳା, ଆଦି ବହୁ ଗ୍ୟାନ୍ତି କୁଟୁମ୍ବ ସହ ଅନ୍ୟମାନେ ମଧ୍ୟ ଦିବଂଗତ ଆତ୍ମା ଙ୍କ ବୈକୁଣ୍ଠ ପ୍ରାପ୍ତି ନିମନ୍ତେ ସ୍ମୃତି ଚାରଣ କରିଥିଲେ। ଶେଷରେ ପୁତୁରା ନିରଞ୍ଜନ ଭର୍ଚୁଆଲ ସଭା ଓ ଗ୍ରାମ୍ୟ ସଭା ରେ ଉପସ୍ଥିତ ସମସ୍ତ ଶତପଥୀ ପ୍ରେମୀକୁ ଧନ୍ୟବାଦ ଅର୍ପଣ କରିବା ସହ ସଭାକୁ ସମାପ୍ତ କରାଇଥିଲେ।ସଭାଷେଶରେ ଗାଁ ଜଗନ୍ନାଥ ପୁର କମିଟି ତରଫରୁ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here