ତୁରୁମୁ କ୍ଲଷ୍ଟର ତରଫରୁ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା

0
360

ଭଞ୍ଜନଗର: ଭଞ୍ଜନଗର ବ୍ଲକ ତୁରୁମୁ କ୍ଲଷ୍ଟର ସଂଯୋଜକ ଶ୍ରୀ ମନୋଜ କୁମାର ଗୌଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇ ତୁରୁମୁ କ୍ଲଷ୍ଟରରେ କାର୍ଯ୍ୟରତ ଥାଇ ପଦୋନ୍ନତି ପାଇଥିବା ଶିକ୍ଷକ ଶ୍ରୀ ସୁଦାମ ଦଳବରା, ରାଜେନ୍ଦ୍ର ଗୁରୁ, ଭଗବାନ ମଳିକ,ଗୀତାଞ୍ଜଳି ମହାପାତ୍ର, ଅଶ୍ୱିନ ମଳିକ, ଦିଲ୍ଲୀପ ମିଶ୍ର, ମଦନ ଗୋପାଳ ଆପଟ, ବିପିନ ବିହାରୀ ଗୌଡ଼, କବିତା ବିଷୋୟୀ, ଅଞ୍ଜଳି ମଳିକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ନୂତନ ଭାବେ ଯୋଗ ଦେଇଥିବା ଶିକ୍ଷକ ଶ୍ରୀ କୃଷ୍ଣ ଚଦ୍ର ସ୍ୱାଇଁ, ପଦ୍ମନାଭ ପ୍ରଧାନ, ଦିଲ୍ଲୀପ ମିଶ୍ର ,ମନୋଜ କୁମାର ପାତ୍ରଙ୍କୁ ତୁରୁମୁ କ୍ଲଷ୍ଟରକୁ ସରପଞ୍ଚ ଶ୍ରୀ ପ୍ରଧାନ ସ୍ୱାଗତ କାରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ଡ଼ାଙ୍ଗୁଆ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ । ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ନିଜ ନିଜ ଅନୁଭୂତିକୁ ବର୍ଣ୍ଣନା କରିଥିଲେ । ସରପଞ୍ଚ ଶ୍ରୀ ପ୍ରଧାନ ତୁରୁମୁ କ୍ଲଷ୍ଟରକୁ ସବୁବେଳେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ କ୍ଲଷ୍ଟର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମ କାଳି ଚରଣ ସେଠୀ, ଭକ୍ତବନ୍ଧୁ ବିଷୋୟୀ,ଭଗବାନ ଭୋଇ, ଧୋବା ନାୟକ ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here