ବେଆଇନ୍ ବାଲି ଚାଲାଣରେ ସମ୍ପୃକ୍ତ ଟ୍ରାକ୍ଟର ଏବଂ ଜେସିବିକୁ ଜବତ କଲା ବେଲଗୁଣ୍ଠା ପୋଲିସ୍ ; ଟ୍ରାକ୍ଟର୍ ଡ଼୍ରାଇଭର ଗିରଫ

0
280

ବେଲଗୁଣ୍ଠା: ବୋଡ଼ା ନଦୀରୁ ବାଲି ଚୋରା ଚାଲାଣ ଘଟଣାରେ ବୁଧବାର ବେଲଗୁଣ୍ଠା ପୋଲିସ୍ ଜଣଙ୍କୁ ଗିରଫ କରିବା ସହିତ ଏକ ଜେସିବି ଏବଂ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟ ଜବତ କରିଛି I ସୂଚନା ଅନୁସାରେ ବାଲି ଚୋରା ଚାଲାଣ ହେଉଥିବା ନେଇ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଅଢେଇ ଗାଆଁ ଗ୍ରାମ ନିକଟସ୍ଥ ବୋଡ଼ା ନଦୀର ବାଲି ଘାଟରେ ଚଢ଼ାଉ କରିଥିଲା I ଘଟଣା ସ୍ଥଳରୁ ପୋଲିସ୍ ଏକ ଟ୍ରାକ୍ଟର ଜବତ କରିବା ସହିତ ଟ୍ରାକ୍ଟର ଡ଼୍ରାଇଭରକୁ ଗିରଫ କରିଥିଲା I କିନ୍ତୁ ଜେସିବି ଡ଼୍ରାଇଭର ଜେସିବିରେ ଏକ ସ୍କୁଟର ଧରି ଜଙ୍ଗଲୀଆ ରାସ୍ତାରେ ପଳାଇବା ସମୟରେ ପୋଲିସ୍ ତାର ପିଛା କରିବା ଯୋଗୁଁ ସେ ଜେସିବି ଏବଂ ସ୍କୁଟର ଛାଡି ପଳାଇଥିଲା I ପୋଲିସ୍ ସେହି ଜେସିବି ଏବଂ ସ୍କୁଟରକୁ ମଧ୍ୟ ଥାନାକୁ ଆଣିଥିବା ବେଳେ ଘଟନା ନେଇ 322/21 ରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି I ଗିରଫ ନିମପଦର ଗ୍ରାମର ଧର୍ମେନ୍ଦ୍ର ଦଳେଇଙ୍କୁ କୋର୍ଟ୍ ଚାଳନା କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here