ବାଲି ବୋଝେଇ ଟ୍ରାକଟର ଜବତ;୨ ଗିରଫ

0
280

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ନବରତ୍ନପୁର ଗ୍ରାମ ନିକଟସ୍ଥ ଚନ୍ଦ୍ର କପିଳେଶ୍ଵର ମନ୍ଦିର ଠାରେ ଦୁଇଟି ବାଲି ବୋଝେଇ ଟ୍ରାକଟର ଜବତ କରିଛି ଆସ୍କା ଥାନା ପୋଲିସ | ସୂଚନା ଅନୁଯାୟୀ ପୋଲିସ ରାତ୍ରି ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦେଶରେ ଥାନା ଏସ ଆଇ ଅମର କାନ୍ତ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ବେଆଇନ ବାଲି ଚାଲାଣ କରୁଥିବା ଦୁଇଟି ଟ୍ରାକଟର ନମ୍ବର OD07 F 3521 ଓ OD32 2067 କୁ ଅଟକାଇଥିଲେ | ବେଆଇନ ବାଲି ଚାଲାଣ ଅଭିଯୋଗରେ ଦୁଇ ଟ୍ରାକଟର ଜବତ କରିବା ସହ ଡ୍ରାଇଭର ସନ୍ତୋଷ ପ୍ରଧାନ (48)ଏବଂ ସନ୍ୟାସୀ ନାହାକ (28) ଙ୍କୁ ଆସ୍କା ଥାନା କେଶ ନମ୍ବର 502/20 ରେ ଗିରଫ କରି 379/420/34 ଆଇ ପି ସି ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛି |

LEAVE A REPLY

Please enter your comment!
Please enter your name here