ବଡ଼ ଧରଣର ଜୁଆ ଆଡ଼ା ଉପରେ ଭଞ୍ଜନଗର ପୋଲିସ ର ଚଢ଼ାଉ ; ୯ ଗିରଫ

0
1230

ଭଞ୍ଜନଗର(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇ ସାହି ବାଇପାସ ରୋଡ଼ ନିକଟରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କ ଠାରୁ ନଗଦ ୬୬ ହଜାର ୫୧୦ ଟଙ୍କା , ୧୧ ଟି ମୋବାଇଲ , ଗୋଟିଏ ମୋଟର ସାଇକେଲ ଓ ଦୁଇ ସେଟ ତାସ୍ ଜବତ କରାଯାଇଛି। ଏ ନେଇ କେସ ନମ୍ବର ୫୩୦/୨୦ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here