ପଟାଙ୍ଗୀ ତହସିଲରେ ଶ୍ରମିକ ଓ କୃଷକଙ୍କ ବିକ୍ଷୋଭ

0
251

ଵ୍ରହ୍ମପୁର: ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ଓ ଆଇଏଫଟିୟୁ ପକ୍ଷରୁ ବ୍ଳକର ଶ୍ରମିକ ଓ କୃଷକମାନଙ୍କ ବିଭିନ୍ନ ଦାବି ନେଇ ଏକ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ବ୍ଳକର ବିଭିନ୍ନ ଗାଁରୁ ଶହ ଶହ କୃଷକ ଶ୍ରମିକ ସ୍ଥାନୀୟ ମିନି ଷ୍ଟାଡିୟମରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ଏକ ଶୋଭାଯାତ୍ରାରେ ମୁଖ୍ୟ ରାସ୍ତା ଦେଇ ତହସିଲ୍ ଅଫିସରେ ପହଞ୍ଚିଥିଲେ ।
ଭୂମହୀନ ଓ ଗୃହହୀନମାନଙ୍କୁ ଜମି ପଟ୍ଟା, ଜଙ୍ଗଲ ଜମିରେ ଚାଷବାସ କରୁଥିବା ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା, ମନରେଗା ଯୋଜନାରେ କାମ, ତୋଷାଳୀ ସିମେଣ୍ଟ କାରଖାନାରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି, କାର୍ଯ୍ୟରତ ଶ୍ରମିକମାନଙ୍କୁ ବରିଷ୍ଠତା ଭିତ୍ତିରେ ନିୟମିତ କରିବା ସହ ଇପିଏଫ୍, ଇଏସଆଇ ବାବଦରେ ଟଙ୍କା ଜମା କରିବା, କମ୍ପାନୀର ଖଣି ଖନନ ପାଇଁ ଚାଷୀଙ୍କ ଜମିକୁ ବେଆଇନ ଭାବେ ଦଖଲ ବନ୍ଦ କରିବା ଇତ୍ୟାଦି ଦାବି ନେଇ ଏକ ସ୍ମାରକପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କୁ ଦିଆଯାଇଥିଲା ।
ବ୍ଳକର ଦୁର୍ଗମ ପଞ୍ଚାୟତ ରୂପେ ପରିଚିତ ଆମ୍ପବାଲି ପଞ୍ଚାୟତରେ ଗୋଟିଏ ସେବାଶ୍ରମ ହାଇସ୍କୁଲ ସମେତ ସହିତ ଏକ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଖୋଲିବାକୁ ମଧ୍ୟ ଦାବି କରିଥିଲେ ।
ବିକ୍ଷୋଭରେ ଭାଷଣ ଦେଇ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଦିଲ୍ଲୀ ସୀମନ୍ତରେ ଅନୁଷ୍ଠିତ କୃଷକ ଆନ୍ଦୋଳନର ବିଜୟର ଉଦାହରଣ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ଏକତାବଦ୍ଧ ଲଢେ଼ଇ କରିବାକୁ ଡାକରା ଦେଈଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇକେଏମଏସର ବ୍ଳକ୍ ସଭାପତି ପାନ୍ଦି କ୍ରୀଷ୍ଣା, ସମ୍ପାଦକ ଏମ୍ ରାମୁ, ଏଙ୍କେଟି ଗେମେଲ, ଜିଲ୍ଲା ଆବାହକ ମୋହନ ଆରିକା, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜେ ମୂଚ୍ୟାଲୁ, ସନ୍ତୋଷ ପ୍ରଧାନ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here