ଛତ୍ରପୁର ତହସିଲରେ ଭିଜିଲାନ୍ସ ରେଡ୍

0
190

ଛତ୍ରପୁର: ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟଳୟର ସିନିଅର ରେଭିନୁ ଆସିଷ୍ଟାଣ୍ଟ ସ୍ଵାତି ସୁଚରିତା ପାତ୍ର | ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ | ଘର ପଟ୍ଟା କରେଇ ଦେବା କହି ନେଉଥିଲେ ଟଙ୍କା । ଛତ୍ରପୁର ଅଞ୍ଚଳର ଭି ଦିଲୀପ କୁମାର ଛତ୍ରପୁର ତହସିଲ କୁ ପଟା ପାଇଁ ବାରମ୍ବାର ଦୌଡ଼ିବା ପରେ ଘର ବାରି ପଟା କରେଇ ଦେବା ପାଇଁ ପ୍ରଥମେ ୧୦୦୦ ଓ ପରେ ୫୦୦୦ ଟଙ୍କା ମାଗିବାରୁ ସେ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷର ଭିଜିଲାନ୍ସ ଆଡିସିନାଲ ଏସିପି ଏ. ହେରି କୁଲୁ ଙ୍କ ନେତୃତ୍ୱରେ ଛତ୍ରପୁର ତହସିଲ କୁ ଚଢ଼ାଉ କରିଥିଲା ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here