ଗଜପତି ଏସ୍ ପି କାର୍ଯ୍ୟାଳୟ ଘେରାଉ କଲେ ଜିଲ୍ଲା କଂଗ୍ରେସ

0
305

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟରେ ଥିବା ରାଣୀ ପେଣ୍ଠ ସ୍ତିତ ଜିଲ୍ଲା ଏସପି କାର୍ଯ୍ୟାଳୟ କୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘେରାଉ କଲେ। ଏହି ଅବସରରେ ଓଡିଶା ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ମମିତା ମେହେର ହତ୍ୟାଘଟଣା କୁ ନେଇ ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବହିସ୍କାର ଦାବିରେ ହଟ୍ଟଗୋଳ ଗୃହ ମୁଲତବୀ ବିଧାନସଭା ଅଚଳ ଅବସ୍ତା ଉପୁଜୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା କୁ ଆଧାର କରି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ଆଣି ବିଧାନସଭା ଗୃହ କୁ ଘେରାଉ କରିବା ପାଇଁ ସଜବାଜ ହେବା ସମୟରେ। ଓଡିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ପସି ଛାତ୍ର କଂଗ୍ରେସ ର କର୍ମକର୍ତ୍ତାଙ୍କୁ ଅମାନୁଷିକ ଭାବରେ ଲାଠି ଚାଳନା କରିଥିବା ଅଭିଯୋଗ କୁ ନେଇ ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲା ର ସଦରମହକୁମାରେ ଏସ୍ ପି କାର୍ଯ୍ୟାଳୟ ଘେରାଉ କରିବା ସହ ଏସ ପି ଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପ୍ରଦା କରାଯିଇଛି ଗଜପତି ଜିଲ୍ଲା ଏସପିଙ୍କୁ । ଏହି ବିଷୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ଏହି କାର୍ଯ୍ୟକ୍ରମ ଗଜପତିଜିଲ୍ଲା ର ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳ ର ତଥା ପାରଳାଖେମୁଣ୍ଡି ପୈରପରିଷଦର ପୂର୍ବତନ ଉପାଧ୍ୟକ୍ଷ ସଂଜୟ ଅଧିକାରୀ ବଳିଷ୍ଠ କଂଗ୍ରେସ ନେତା ବସନ୍ତ ପଣ୍ଡା, ସଂଗ୍ରାମ ସାହୁ, ରାମପ୍ରସାଦ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ରାଜା ପାତ୍ର,ମଣ୍ଟୁ ପାଣି, ଲମ୍ବୋଦର ଦଣ୍ଡସେନା, ଶଙ୍କର ପ୍ରଧାନ, ବାଳକୃଷ୍ଣ ମଲିକ,ପ୍ରମୁଖ ବହୁତ ନେତା କର୍ମୀ,ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସହ ସତାଧିକ କର୍ମି ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଂପାଦନ କରିଥିଲେ।।

LEAVE A REPLY

Please enter your comment!
Please enter your name here