ଭୋଗଡା ବିଦ୍ୟାଳୟରେ ପୋଷାକ ବଣ୍ଟନ ସହ ଲୋଗୋ ଉନ୍ମୋଚିତ

0
267

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ଭୋଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଡିସେମ୍ବର ୧୫ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ସହ ଓପେପା ଲୋଗୋ ଉନ୍ମୋଚନ ହୋଇଯାଇଛି। ବିଦ୍ୟାଳୟରେ ଅନୁଷ୍ଠିତ ପୋଷାକ ଓ ଜୋତା ବଣ୍ଟନ ମେଳା ରେ ଶିକ୍ଷାବିତ ଅନିଲ କୁମାର ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ପୂର୍ବତନ ସମିତି ସଭ୍ୟ ସୁର୍ଯ୍ୟ ନାରାୟଣ ଗୌଡ଼, ଶଙ୍କୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜ କିଶୋର ସେଠୀ, ବୁଗୁଡା ସିଆରସିସି ପ୍ରତାପ କୁମାର ଖାଡଙ୍ଗା, ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଜେନା, ଶିକ୍ଷକ ପ୍ରଫୁଲ କୁମାର ରାଉତ ଓ ନରେନ୍ଦ୍ର କୁମାର ନାୟକ ଏବଂ ଏସଏମସି ସଭାପତି ସୁବାସ ଚନ୍ଦ୍ର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ସରକାରୀ ସ୍କୁଲରେ ପଢିବା ଦ୍ୱାରା ଯେଉଁ ସବୁ ଶିକ୍ଷା ଓ ସୁବିଧା ମିଳିଥାଏ ପ୍ରକାଶ କରିଥିଲେ। ଏହି ଅବସରରେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟରେ ଅଙ୍କନ ହୋଇଥିବା ଓପେପା ଲୋଗ ଉନ୍ମୋଚନ ହୋଇଥିଲା।

ରିପୋର୍ଟ:ସ୍ୱରପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here