ପ୍ରାକୃତିକ ବିପର୍ଯୟର ମୁକାବିଲା ସକାଶେ ପ୍ରଶାସନ ସଦା ଜାଗ୍ରତ

0
257

ଛତ୍ରପୁର: ପ୍ରକୃତିକ ବିପର୍ଯୟ ସବୁବେଳ ଆସେ I ଏହା କାଳ କାଳରୁ ଅଛି, ପୂର୍ବରୁ ଥିଲା ବର୍ତମାନବି ଆସୁଛି I ବର୍ତମାନ ବିଜ୍ଞାନର ଅଗ୍ରଗତି ଯୋଗୁଁ ଆମ୍ଭେ ପ୍ରାକୃତିକ ବିପର୍ଯୟର ପୂର୍ବ ସୂଚନା ପାଇପାରୁଛୁ ଏବଂ ତାହାର ମୁକାବିଲା ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି କରିନେଉଛୁ I ସତର୍କ ଓ ସଚେତନତା ହୋଇପାରିବା ଦୃଷ୍ଟିରୁ ଜନଜୀବନ ସୁରକ୍ଷିତ ରଖିବା ଦିଗରେ ସକ୍ଷମ ହୋଇପାରୁଛୁ I

ଏହାର ମୁକାବିଲା ସକାଶେ ଜାତୀୟ ବିପର୍ଯ୍ୟୟ ପ୍ରତ୍ୟାବର୍ତ୍ତନ ଶକ୍ତି ( NDRF) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତ୍ୟାବର୍ତ୍ତନ ଶକ୍ତି ଦଳଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ | 1999 ମସିହା ରେ ପାଖାପାଖି 10,000 ଲୋକଙ୍କ ଜୀବନ ଯାଇଥିଲା,2005 ମସିହାରେ ଯେଉଁ ଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥିରେ ଅନେକ ଜନଜୀବନ ସୁରକ୍ଷିତ କରାଯାଇଥିଲା I ବର୍ତମାନ NDRF ଏବଂ ODRF ଦଳ ଦ୍ୱାରା ଅନେକ ସଫଳତା ହାସଲ ହୋଇପାରୁଛି I ମଙ୍ଗଳବାର ମଗଡ୍ରିଲ ସମ୍ପର୍କିତ ବୈଠକ ଜ଼ିଲ୍ଲାପାଳଙ୍କ ସଦଭାବନା ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଜରୁରୀକାଳୀନ ବିଭାଗ ଡେପୁଟି କଲେକଟର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ତମାନ ସ୍ଥିତିରେ ରାସାୟନିକ, ଜୈବିକ, ରେଡ଼ିଓଲୋଜି, ପରମାଣୁ ବିପର୍ଯୟର ମୁକାବିଲା ଦିଗରେ NDRF ଅନେକ ସଫଳତା ହାସଲ କରୁଛି ବୋଲି କଟକ ସ୍ଥିତ ତୃତୀୟ ବାଟାଲିୟନ NDRF ର ପ୍ରତିନିଧି ବିଶ୍ୱନାଥ ଚୌଧୁରୀ ମତ ରଖିଥିଲେ I
ଆଗାମି ଦିନରେ ବିଭିନ୍ନ ସ୍ଥାନରେ ମଗଡ୍ରିଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି I ଏହି ମଗଡ୍ରିଲ ରେ ବିପତ୍ତି ସମୟରେ କିଭଳି ସୁରକ୍ଷା ଓ ସତର୍କତା ଅବଲମ୍ବନ କରାଯାଇପାରିବ ସେ ସମ୍ପର୍କୀୟ ସଚେତନତା ସୃଷ୍ଟି କରାଯିବ ସେନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା I
ବୈଠକରେ OSDMA ର ଡିପିଓ ପ୍ରଭୁ ପ୍ରସାଦ ମହାରଣା, NDRF ତୃତୀୟ ବାଟାଲିୟନର ସୁଶୀଲ କୁମାର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଗୋପବନ୍ଧୁ ବେହେରା,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା,ଅଗ୍ନିଶମ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here