ବିଧାୟକଙ୍କ ବୁଗୁଡା ବ୍ଲକରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

0
297

ବୁଗୁଡ଼ : ବୁଗୁଡା ବ୍ଲକରେ ଦ୍ୱିତୀୟ ଦିବସରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଚାରି ଗୋଟି ପଞ୍ଚାୟତରେ ବୁଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ତତ୍ତ୍ୱାବଧାନରେ ଡିସେମ୍ବର ୧୪ ତାରିଖ ଦିନ ଗୋଲିଆ, ଭାମଶ୍ୟାଳି, ବିରଞ୍ଚିପୁର ଓ ପାଙ୍ଗିଡ଼ି ଗ୍ରାମ ପଞ୍ଚାୟତରେ ବିଧାୟକ ଶ୍ରୀ ସାହୁ ୩୮୭୦ ଜଣ ହିତାଧିକାରୀଙ୍କୁ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଗୋଲିଆ ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ପାଙ୍ଗିଡ଼ି ସରପଞ୍ଚ ସୁଶାନ୍ତ କୁମାର ଆପଟ ଓ ସମିତି ସଭ୍ୟ କୃଷ୍ଣ ରା, ସାଂସଦ ପତିନିଧି କବିରାଜ ଗୌଡ଼, ବିଧାୟକ ପ୍ରତିନିଧି କିଶୋର ଚନ୍ଦ୍ର ବେହେରା ପ୍ରମୁଖ ବହୁ ଲୋକପ୍ରତିନିଧି ଓ ବିଜ୍ଞବ୍ୟକ୍ତି ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here