ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ

0
351

ବେଲଗୁଣ୍ଠା:ବେଲଗୁଣ୍ଠା ସହର ସ୍ଥିତ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜିତ କୁମାର ସାମଲଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବରେ ଉଢୁରା କ୍ଳଷ୍ଟର ସି.ଆର୍.ସି.ସି ମୃତ୍ୟୁଞ୍ଜୟ ବେହେରା, ପରିଚାଳନା ଉପଦେଷ୍ଟା ସୁରେନ୍ଦ୍ର ସାମଲ,ବରିଷ୍ଠ ଶିକ୍ଷକ ଦୀପ୍ତି ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବିତରଣ କରିଥିଲେ ।କୋଭିଡ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କବିତା ଦେବୀ ସଂଯୋଜନା କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀସବିତା ଦେବୀ ପାଠୀ,ବିଜୟଲକ୍ଷ୍ମୀ ଦାସ,ସୁମତୀ ପାଣିଗ୍ରାହୀ, ସ୍ୱପ୍ନା ଖଡଗରାୟ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here