ଚୋରା ମଦ ବିକ୍ରି କୁ ନେଇ ଦୁଇ ଅଭିଯୁକ୍ତ ଗିରଫ

0
348

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ପ୍ରାୟ ସମୟରେ ବେଆଇନ ଦେଶୀ ମଦ କାରବାର ଉପରେ ଚଢାଉ ହେଉଥିବା ବେଳେ ବେଆଇନ ବିଦେଶୀ ମଦ କାରବାର ଉପରେ ସେତେଟା ଗୁରୁତ୍ୱ ଦେଉନଥିବାରୁ ବେଧଡ଼କ କାରବାର ଚାଲି ଆସୁଛି l ଏ ଅଞ୍ଚଳର ବେଆଇନ କୋଚିଆ ମଦ ବେପାରୀ କମ୍ ଦାମରେ ବାହାର ଅଞ୍ଚଳରୁ ମଦ ମଗାଇ ବେପାର କରୁଥିବା ବେଳେ ରାଇଘର ଠାରେ ଥିବା ଠିପି ବନ୍ଦ ମଦ ଦୋକାନ ରେ ବେପାର ମାନ୍ଦା ହେଉଥିବା ଦେଖା ଦେଇଛି l ଏହା ଫଳରେ ଲାଇସେନ୍ସ ପ୍ରାପ୍ତ ମଦ ବେପାରୀ ସହିତ ଅବକାରୀ ବିଭାଗର କିଛି କର୍ମଚାରୀ ମିଳିତ ଭାବେ ବ୍ଲକ ବାହାରୁ ଆସୁଥିବା ଚୋରା ମଦ କାରବାର ଉପରେ ନଜର ରଖି ଆସୁଥିଲେ l ସ୍ଥାନୀୟ ଠିପି ବନ୍ଦ ମଦ ଦୋକାନର କିଛି କର୍ମଚାରୀ କୌଣସି ସୂତ୍ର ରୁ ସୂଚନା ପାଇ ସରଗୁଲି ଛକ ନିକଟରେ ଜଗି ରହିଥିଲେ l ଜଗିବା ସମୟ ଭିତରେ ଏକ ହୁଣ୍ଡାଇ କାର ରେ ବିଅର ବୋଝେଇ ହୋଇ ଆସୁଥିବା ଦେଖି ସ୍ଥାନୀୟ ଅବକାରୀ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ କିଛି ଅଧିକାରୀ ପହଞ୍ଚି ଉକ୍ତ ମଦ ବୋଝେଇ କାର କୁ ଜବତ କରିବା ସହିତ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିଲେ l ଅଭିଯୁକ୍ତ ମାନେ ମୈଦଲପୁର ଅଞ୍ଚଳର ବିଦେଶୀ ମଦ ଦୋକାନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି l ଏହି ଅବସରରେ ବିଭାଗ ପକ୍ଷରୁ ଇନିସ୍ପକ୍ଟର୍ ହରିହର ସିଂ , କୁଶ ଜାଲ୍ , ସୁରେନ୍ଦ୍ର କୁମାର ପଣ୍ଡା , କୁଳମଣି ମୁଦୁଲି ,ସୁବାଷ ଗୌଡ , ଦେବାଶିଷ ଦାସ ,ଜ୍ୟୋତ୍ସ୍ନା ହରିଜନ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here