ସମବାୟବିତ କମିଟି ବୃନ୍ଦ ଙ୍କୁ ସମ୍ବର୍ଦ୍ଧନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

0
366

ଵ୍ରହ୍ମପୁର: ଓଡିଶା ବିଧାନ ସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ଦିନିକିଆ ଜିଲ୍ଲା ଗସ୍ତ ରେ ଆସି ବ୍ରହ୍ମପୁର ସର୍କିଟ ହାଉସ ଠାରେ ପହଞ୍ଚିଥିଲେ l ପ୍ରଥମେ ତାଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ହନର ଦିଆଯାଇଥିଲା l ପରେ ସର୍କିଟ୍ ହାଉସ୍ ଶୋଭା ଗୃହରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଗଞ୍ଜାମ ଓ ଗଜପତି ଜିଲ୍ଲା ର ନବ ନିର୍ବାଚିତ ସମବାୟବିତ କମିଟି ର ବିଭିନ୍ନ ପଦ ପଦବୀ ମାନ୍ୟବର ବାଚସ୍ପତି ସମ୍ବର୍ଦ୍ଧନା ଜଣାଇଥିଲେ l କମିଟିର ନବ ନିଯୁକ୍ତ ସଦସ୍ୟ ମାନଙ୍କୁ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ପାତ୍ର ସମ୍ବର୍ଦ୍ଧନା ଜ୍ଞାପନ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ତ ସମସ୍ତ ସମବାୟ ସମିତି ର ଉନ୍ନତିରେ ଧ୍ୟାନ ଦେବାପାଇଁ ସମବାୟବିତ ମାନଙ୍କୁ ପରାମର୍ଶ ଦେଇଥିଲେ l ରାଜ୍ୟ ସରକାର ଙ୍କ କୃଷି କଲ୍ୟାଣ ଯୋଜନା ଓ ସମସ୍ତ ଚାଷୀ କୂଳ ପରିବାର ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ତ୍ବ ଦେବା ପାଇଁ ସମବାୟବିତ କମିଟି ବୃନ୍ଦ ଙ୍କୁ କହିଥିଲେ ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର l ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି କୁ ସହାୟକ ନିମନ୍ତେ ସମବାୟ ସମିତି ଯେଉଁ ଲକ୍ଷ୍ୟ ରଖିଛି ତାହା ପୂରଣ ହେଉ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ଗ୍ରାମାଞ୍ଚଳର ବିକାଶରେ ସମବାୟ ସମିତି ମୁଖ୍ୟ ଧାରା ହେଉ ବୋଲି ବାଚସ୍ପତି ଶ୍ରି ପାତ୍ର ସମବାୟବିତ ମାନଙ୍କୁ କହିଥିଲେ lପରିଶେଷରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଉଦ୍ଦେଷ୍ୟରେ ହିଞ୍ଜିଳି ଓ ପୁରୁଷୋତ୍ତମପୁର ଗସ୍ତ କରିଥିଲେ ସମବାୟ କମିଟି ବୃନ୍ଦ l ଆଜିର ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଜିଲ୍ଲା ର ସମବାୟବିତ କମିଟିର ସଭାପତି ସୂର୍ଯ୍ୟ କାନ୍ତ ପରିଡା, ଉପ ସଭାପତି କୈଳାଶ ରଣା,ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂହ, ଦୀପକ ସାମନ୍ତ, ଅଜୟ ମହାରଣା ସମ୍ପାଦକ ଦିଲୀପ ପାତ୍ର ଉପଦେଷ୍ଟା ଯୋଗେନ୍ଦ୍ର ସ୍ୱାଇଁ, ହୀନ ବେହେରା ଆଇନ ପରାମର୍ଶ ଦାତା ସୁରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here