ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

0
2221

ଭଞ୍ଜନଗର : ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ରେଜିଷ୍ଟ୍ରେସନ ପରେ ନାମିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଶୀର୍ଷକ ” ସାଂପ୍ରତିକ ପ୍ରାଥମିକ ଶିକ୍ଷାର ସ୍ଥିତି ଓ ଶିକ୍ଷକଙ୍କ ଦାୟିତ୍ବ” ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା,ସାଧାରଣ ସଂପାଦକ ବିଭୁ ପ୍ରସାଦ ସାହୁ, ସଂଗଠନ ସଂଯୋଜକ ସୁଧାଂଶୁ ମଣ୍ଡଳ,ଫାଉଣ୍ଡର ମେମ୍ବର ଟୁଲୁ ଦେଇ,ଦିଲ୍ଲୀପ ସେଠୀ,ସୁଦାମ ଚରଣ ବାରିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ା ପ୍ରାଥମିକ ଶିକ୍ଷକମାନେ ନିଜର କର୍ତ୍ତବ୍ୟ ପାଳନ ସହ ନିଜର ନାର୍ଯ୍ୟ ଦାବୀ ଗୁଡିକୁ ସରକାରଙ୍କ ନିକଟରେ ରଖିବା ପାଇଁ ମତପ୍ରକାଶ ପାଇଥିଲା ା ଦୀର୍ଘ ତିରିଶ ରୁ ଉର୍ଦ୍ଧ୍ବ ବର୍ଷ ଚାକିରୀ କଲାପରେ ଷାଠିଏ ବର୍ଷ ବୟସ ପରେ ନୂତନ ପେନସନ ଯୋଜନା ଅନୁସାରେ ଜଣେ ପ୍ରାଥମିକ ଶିକ୍ଷକ ମାତ୍ର 612 ଟଙ୍କା ପେନସନ ପାଇବ ଏହା କେତେ ଦୂର ଯଥାର୍ଥ ା ଏଣୁ ପ୍ରାଥମିକ ଶିକ୍ଷକ ମାନଙ୍କୁ ପୁରୁଣା ପେନସନ ପ୍ରଦାନ ସହ ଗ୍ରେଡ ପେ ବୟାଳିଶି ଶହ କୁ ବୃଦ୍ଧି ପାଇଁ ଶିକ୍ଷକମାନେ ସଂଘ ତରଫରୁ ସରକାରଙ୍କ ନିକଟରେ ଦାବୀ ରଖିବାକୁ ମତାମତ ଦେଇଥିଲେ ା ଏହା ସହ ନୂତନ କରି ଗଠନ ହୋଇଥିବା ଏହି ରେଜିଷ୍ଟେରଡ ସଂଘ କୁ କିପରି ସଂଗଠିତ କରାଯିବ ସେ ବିଷୟରେ ସମ୍ୟକ ଆଲୋଚନା ହୋଇଥିଲା ା ସଭାଟିରେ ସଭାପତିତ୍ବ କରିଥିଲେ ବରିଷ୍ଠ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ ା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବ୍କକ ସଂପାଦକ ତ୍ରିନାଥ ବେହେରା ା ଏଥିରେ ଗଞ୍ଜାମ ଜିଲ୍ଲାର ପ୍ରାୟ ଅଠରଟି ବ୍ଳକର ପ୍ରତିନିଧି ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ସିମାଞ୍ଚଳ ସ୍ବାଇଁ, ଅବିନାଶ ପଣ୍ଡା,ସନ୍ତୋଷ କୁମାର ସାହୁ, ନାରାୟଣ ମହାପାତ୍ର,ଦାଶରଥି ବିଷୋୟୀ,ଭକ୍ତ ବନ୍ଧୁ ବିଷୋୟୀ,କାଳୀ ଚରଣ ସେଠୀ,ସନ୍ତୋଷ କୁମାର ରଥ, ରାଜେନ୍ଦ୍ର ଗୁରୁ ପ୍ରମୁଖ ଶିକ୍ଷକ ା କାର୍ଯ୍ୟକ୍ରମ ଆରମ୍ଭରେ ସଂଘର ପତାକା ଉତ୍ତୋଳନ କରାଯିବା ସହ କରୋନା ରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗତ ଦୁଇ ଦିନ ତଳେ ହେଲିକେପଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଚିଫ୍ ଡିଫେନ୍ସ ଅଫିସର ଜେନେରାଲ ବିପିନ ରାଓତ ତଥା ସମସ୍ତ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ଶୋକ ପ୍ରକାଶ କରାଯାଇଥିଲା ା ରାଜ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଆସନ୍ତା ଡିସେମ୍ବର ତେଇଶି ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତୀକାତ୍ମକ ଆନ୍ଦୋଳନରେ ଅଂଶ ଗ୍ରହଣ ପାଇଁ ନିଷ୍ପତ୍ତି ପ୍ରକାଶ ପାଇଥିଲା ା ଶେଷରେ ରାଜ୍ୟ ସଂଯୋଜକ ତଥା ଆବାହକ ସୁଦାମ ଦଳବରା ଧନ୍ୟବାଦ ଅର୍ପଣ କରିଥିଲେ ା ଭଞ୍ଜନଗର ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ରାଜ୍ୟ ସଂଘ ତରଫରୁ ସଭାପତି ବ୍ରହ୍ମାନନ୍ଦ ମହାରଣା ସନ୍ତୋଷ ବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here