ହିଞ୍ଜିଳୀକାଟୁ ବ୍ଲକ କୃଷି ଉଦ୍ୟୋଗର ବିକାଶ ଦିଗରେ ବୈଷୟିକ ଦଳଙ୍କ ବୈଠକ

0
203

ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ଚାଷିକୁଳ ଅଧିକ ଲାଭବାନ ହୋଇପାରିବେ – ଜିଲ୍ଲାପାଳ

ଛତ୍ରପୁର: ଜିଲ୍ଲାର କୃଷି ଉଦ୍ଯୋଗ ଗୁଡିକର ବିକାଶ ହୋଇପାରିଲେ କୃଷିର ଉନ୍ନତି ହେବା ସାଥେ ସାଥେ ଅଣ ଧାନ ଚାଷ ନିମନ୍ତେ ସମସ୍ତ ବ୍ୟବସ୍ଥା ହୋଇପାରିଲେ ଚାଷିକୁଳ ଅଧିକ ଲାଭାନ୍ଵିତ ହୋଇପାରିବେ । ସୋମବାର ପୂର୍ବାହ୍ନରେ ଜୁମ୍ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ହିଞ୍ଜିଳୀକାଟୁ ବ୍ଲକର କୃଷି ଉଦ୍ଯୋଗୀ ମାନଙ୍କ ସହିତ ଆଲୋଚନା ଓ ପର୍ଜ୍ଯାଲୋଚନା କରି କୃଷି କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ କରିବା ନେଇ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନାରେ ଗ୍ରାମ ପଞ୍ଚାୟତ ସ୍ତରରୁ କ୍ଲଷ୍ଟର ଗଠନ କରି କାର୍ଯ୍ୟପନ୍ଥା ସ୍ଥିର କରି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ରବି ଚାଷ ସକାଶେ ଅଣ ଧାନ ମୁଗ, ତୈଳ ଜାତୀୟ ଫସଲ ସହିତ ପନିପରିବା ମତ୍ସ୍ୟ ଚାଷ,ଡାଏରୀ ଫାର୍ମ, କୁକୁଡା ଫାର୍ମ ଇତ୍ୟାଦି ସମ୍ପର୍କିତ ଆଲୋଚନା ହୋଇଯାଇଛି । ୨୧ ଗୋଟି ଗ୍ରାମ ପଞ୍ଚାୟତରେ ୨୧ ଗୋଟି କ୍ଲଷ୍ଟର କରାଯିବ । କୃଷକ ମାନଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମଧ୍ୟ ବ୍ଯାଙ୍କ ଲିଙ୍କ୍ କରାଯାଇ ସେମାନେ କିଭଳି ଋଣ ପାଇବେ ସେ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କୃଷି କାର୍ଯ୍ୟ ସକାଶେ ଚାଷ ଜମି କୁ କିଭଳି ସୂଚାରୁ ରୂପେ ଜଳଯୋଗାଣ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ୧୦୦୦ ଜଣ କୃଷକଙ୍କୁ ନେଇ ଗୋଟିଏ ଗୋଟିଏ କ୍ଲସ୍ଟର ହେବ । ଗୋଟିଏ କ୍ଲଷ୍ଟର ରେ ୧୦୦୦ ଜଣ କୃଷକ କିଭଳି ଅନ୍ତର୍ଭୁକ୍ତ ହୋଇପାରିବେ ତାହାର ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଗୋଟିଏ ୟୁନିଟ୍ କରାଯାଉ ଯଦ୍ୱାରା ସେମାନଙ୍କ ଦ୍ଵାରା ଜାତ ହେଉଥିବା ପନି ପରିବା ବଜାର ସହିତ ସଂଯୋଗ ହେବାରେ ସୁବିଧା ହେବ । ଉତ୍ତମମାନର ପନିପରିବା ଚାଷ ହେବା ଫଳରେ ଚାଷିକୁଳ କ୍ଷତିରେ ପଡିବେ ନାହିଁ । ସଠିକ ଅର୍ଥରେ ତାହା ବିକ୍ରି ହୋଇପାରିବ । ଗଞ୍ଜାମ ଜିଲ୍ଲାର ପନିପରିବା କଟକ,ଭୁବନେଶ୍ବର ସମେତ ନିକଟସ୍ଥ ଜିଲ୍ଲା ମାନଙ୍କରେ ବିକ୍ରି ସକାଶେ ଯାଉଛି ଏବଂ ସେଗୁଡିକର ଅନେକ ଚାହିଦା ରହିଛି । ଦୁଗ୍ଧ ଜାତ ଦ୍ରବ୍ୟ ସକାଶେ ଡାଏରୀ ଫାର୍ମ ନିମନ୍ତେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଦୈନିକ ୧୨୦ ଟନ ଦୁଗ୍ଧ ର ଆବଶ୍ୟକତା ମେଣ୍ଟାଇବା ଭଳି ଯଦି ଦୁଗ୍ଧ ଜାତ ଦ୍ରବ୍ୟର ଉତ୍ପାଦନ କ୍ଷମତା ରହିବ ତେବେ ଶିଳ୍ପସଂସ୍ଥା ଗୁଡିକ କୃଷକଙ୍କ ଡାଏରୀ ଫାର୍ମ କୁ ଆସି ଦୁଗ୍ଧ କିଣିବେ । ତେଣୁ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା ସହିତ ସାମିଲ କରିବାକୁ କୁହାଯାଇଛି ।ଚାଷୀ ମାନଙ୍କର ଚାଷ କାର୍ଯ୍ୟ ଦିଗରେ କଣ ସବୁ ସମସ୍ୟା ମାନ ଦେଖାଯାଉଛି ତାହା ଜିଲ୍ଲାପାଳ ପଚାରି ବୁଝିଥିଲେ । ସେହି ସମସ୍ୟା ଗୁଡିକ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ସମାଧାନ କରିବା ପାଇଁ ଜଣାଇଥିଲେ । ଏ ଦିଗରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣରୂପେ ସହଯୋଗ କରିବ ବୋଲି କହିଥିଲେ । ପଶୁସମ୍ପଦ ଓ ମତ୍ସ୍ୟ ବିଭାଗର ସମସ୍ତ ୧୦ ଗୋଟି ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଛି ଯାହାକି ଶତ ପ୍ରତିଶତ ପୂରଣ ହୋଇ ପାରିଛି । କୃଷକ ଓଡିଶାରେ ୫୯୫୭ ଚାଷୀ ପଞ୍ଜିକରଣ କରିଛନ୍ତି । ଚାଷ କାର୍ଯ୍ୟ ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀଙ୍କର ଜମି ନାହିଁ । ତେଣୁ ସେମାନଙ୍କୁ ସ୍ଥାନ ଯୋଗାଇ ଦିଆଯାଇ ସେମାନେ କିଭଳି ଶହେଗୋଟି ଛେଳି ରଖି ଛେଳି ପାଳନ କରି ସେଥିରୁ ଲାଭବାନ୍ ହୋଇପାରିବେ ସେ ଦିଗରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଗୋପାଳନ ନିମନ୍ତେ ହଜାରେ ଗୋଟି ଗାଈକୁ ଲେଇ ଗୋଟିଏ କ୍ଲଷ୍ଟର କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ କୁହାଯାଇଛି । ଡିସେମ୍ବର ମାସ ଶେଷ ସୁଦ୍ଧା ଶତକଡା ୯୦ ପ୍ରତିଶତ ବ୍ୟାଙ୍କ ସଂସ୍ଥା ସହିତ ସଂପୃକ୍ତ କରାଯାଇ କିଭଳି ଋଣ ପ୍ରଦାନ ହେବ ସେ ଦିଗରେ ପଦକ୍ଷେପ ନେବାପାଇଁ ସହକାରୀ ସମବାୟ ସମିତିଙ୍କୁ କୁହାଯାଇଛି । ଅମୃତ ସରୋବର ଯୋଜନାରେ ପୋଖରୀରେ ମତ୍ସ୍ୟଚାଷ ହୋଇ ପାରିବସେଥିରେ ମଧ୍ୟ କାର୍ଯ୍ୟ ପନ୍ଥା ସ୍ଥିର କରିବା ପାଇଁ କୁହାଯାଇଛି । ଜିଲ୍ଲାରେ ଆବଶ୍ୟକ ହେଉଥିବା ଯାଆଁଲ ନିମନ୍ତେ ହ୍ଯାଚେରୀ ସୃଷ୍ଟି କରିବା ପାଇଁ କୁହାଯାଇଛି । କୃଷକ ମାନଙ୍କର ଚାଷ ପ୍ରଣାଳୀକୁ କ୍ଲଷ୍ଟର ୟୁନିଟ୍ ଓ୍ବାଇଜ୍ କରାଗଲେ ତାହା ଚିରସ୍ଥାୟୀ ଏବଂ ନିଶ୍ଚିତ ସଫଳ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ବ୍ୟକ୍ତ କରିଥିଲେ ।
ବୈଠକରେ ଜିଲ୍ଲାପରିଷଦର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ୱାସନ ଭି , ହିଞ୍ଜିଳି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ, ଜିଲ୍ଲା ମତ୍ସ୍ୟ ସଂପ୍ରସାରଣ ଅଧିକାରୀ, ମିଶନ୍ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here