ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ପାଳନ

0
268

ଭଞ୍ଜନଗର : ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ସୁବର୍ଣ୍ଣ ଜୟନ୍ତୀ ପାଠାଗାର ପରିସରରେ ଆୟୋଜିତ ହୋଇଯାଇଛି। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଆଇନର ବ୍ୟାପକ ପରିସର ରହିଛି ତାକୁ ବୁଝିବା ପାଇଁ ବହୁ ଅଧ୍ୟୟନର ଆବଶ୍ୟକ ରହିଛି। ବିଶେଷ କରି ଯୁବ ଆଇନଜୀବୀ ମାନେ ବରିଷ୍ଠ ଆଇନଜୀବୀ ମାନଙ୍କ ଅଧୀନରେ ତାକୁ ବୁଝି ପ୍ରାସଙ୍ଗିକ ଉପସ୍ଥାପନା କରିବା ଆବଶ୍ୟକ ବୋଲି କହିଥିଲେ। ଏଥିସହ କୋର୍ଟରେ ବିଚାରଧୀନ ରହିଥିବା ପୁରୁଣା ମାମଲା ଗୁଡିକୁ ଯଥା ସମ୍ଭବ ଶ୍ରୀଘ୍ର ଫଇସଲା କରିବା ପାଇଁ କୋର୍ଟ ସହ ସମ୍ମନ୍ବୟ ରକ୍ଷା କରି ଆଇନଜୀବୀ ମାନେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିଲେ। ଗରୀବ ଜନସାଧାରଣଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ପ୍ରାଥମିକତା ଦେବା ସହ ଶ୍ରୀଘ୍ର ମାମଲା ଗୁଡିକର ଫଇସଲା ହେବା ଦ୍ବାରା ଆଇନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଦୃଢ ବିଶ୍ବାସ ହେବା ସହ ନ୍ୟାୟ କ୍ଷେତ୍ରରେ ସମସ୍ତେ ଅଧିକ ଯତ୍ନବାନ ହୋଇପାରିବା ବୋଲି କହିଥିଲେ। ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ସଭାପତି ଶ୍ରୀ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଭଞ୍ଜନଗର ଠାରେ ନୂତନ କୋର୍ଟ କୋଠା ପ୍ରତିଷ୍ଠା,ସ୍ଥାୟୀ ପୋକ୍ସ ଏବଂ ଜୁଭେନାଇଲ କୋର୍ଟ ପ୍ରତିଷ୍ଠା କରିବା ସହ ତହସିଲ ସୀମା ଅନୁଯାୟୀ ପ୍ରତ୍ୟେକ ଦେଓ୍ବାନୀ ଓ ଫୌଜଦାରୀ ମାମଲାକୁ ଭଞ୍ଜନଗର କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଓକିଲ ସଂଘ ପକ୍ଷରୁ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାତ୍ରଙ୍କୁ ମୁଖ୍ୟ ଅତିଥି ଡ.ଷଢଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ। ଉପସଭାପତି ରଜତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହ ସମ୍ପାଦକ ଧୀରେନ୍ କୁମାର ସ୍ବାଇଁ ମଞ୍ଚାସୀନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରା,ରେଜିଷ୍ଟାର ଅମରେଶ କୁମାର ନାୟକ,ଭଞ୍ଜନଗର ଅତିରିକ୍ତ ଜିଲ୍ଲାଜଜ୍ ଡ.ଅରୁଣ କୁମାର ସାହୁ,ସବ୍ଜଜ୍ ସୋରମାଲିନା ମିଶ୍ର,ଜେଏମ୍ଏଫ୍ସି ପ୍ରଜ୍ଞା ରାଉତ,ଏସ୍ଡିଜେଏମ୍ ମନସ୍ବିନୀ ରଥଙ୍କ ସମେତ ବରିଷ୍ଠ ଆଇନଜୀବୀ ଏମ୍ତାଜ୍ ଆଦେନୀ,ଗୋପାଳ କୃଷ୍ଣ ପ୍ରଧାନ,ଦିବକାର ନାୟକ,ତ୍ରିନାଥ ମଲ୍ଲିକ,ସୋମନାଥ ନାୟକ,ପ୍ରଦ୍ୟୁମ୍ନ ନାୟକ,ଅଶ୍ବିନୀ ପାଣିଗ୍ରାହୀ,ମନୋଜ ପଟ୍ଟନାୟକ,ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ସମତେ ବହୁ ଆଇନଜୀବୀ ଉପସ୍ଥିତ ରହିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here