ପାୟୋନିୟର ପକ୍ଷରୁ ବନ୍ଧଗୁଡା ଗ୍ରାମରେ ମକା ଅମଳ ଦିବସ

0
266

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଫାର୍ସାଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମରେ ଗୁରୁବାର ପାୟୋନିୟର କମ୍ପାନୀ ପକ୍ଷରୁ କୋଭିଟ୍ ନିୟମ ମାନି ମକା ଅମଳ ଦିବସ ପାଳିତ ହୋଇଯାଇଛି । ଏ ଅଞ୍ଚଳର ଚାଷୀ ଚଳିତ ବର୍ଷ ବହୁ ମାତ୍ରାରେ ପାୟୋନିୟର ମକା P3401 ମକା ଲାଗାଇ ଅଧିକରୁ ଅଧିକ ଅମଳ ହେଇଥିବା ଦେଖିବାକୁ ମିଳିଛି । ଆସନ୍ତା ବର୍ଷ ରେ ଏହି ମକା ଲଗାଇ ବାପାଇଁ କୃଷକମାନଙ୍କୁ ତାଲିମ୍ ଦିଆଯାଇଥିଲା । ଏଥିରେ ନବରଙ୍ଗପୁର ଟିବିଏଲ ସୋମ୍ୟ କାନ୍ତ ହୋତା , କୋଡିଙ୍ଗା ଏମଡିଆର ପ୍ରଶାନ୍ତ କୁମାର ନାୟକ ଓ ମନୋଜ କୁମାର ନାୟକ ଅଂଶ ଗ୍ରହଣ କରିଥିଲେ । ଅଞ୍ଚଳର ଅନେକ ମକା ଚାଷୀ ଆଜିର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here