ରେଡିଓ ଷ୍ଟେସନ ଠାରୁ ଲୋଚାପଡା ରାସ୍ତା ପୁନନିର୍ମାଣ କାମ ତୁରନ୍ତ କରିବା ପାଇଁ ଦାବୀ ପତ୍ର

0
232

ବ୍ରହ୍ମପୁର: ରେଡିଓ ଷ୍ଟେସନ ଠାରୁ ଲୋଚାପଡା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବିପର୍ଯ୍ୟସ୍ତ ହେଇଯାଥିବାରୁ ଲୋକେ ଯାତାୟତ ଜନିତ ଯେଉଁ ଅସୁବିଧା ଭୋଗୁଛନ୍ତି ସେ ବିଷୟ ନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ରାସ୍ତା ଓ କୋଠାବାଡ଼ି ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସହକାରୀ ଯନ୍ତ୍ରୀ ନିର୍ମଳ ନାୟକଙ୍କୁ ଦେବା ସହ ଉକ୍ତ ରାସ୍ତାର ପୁନ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବୀ କରିଥିଲେ।
ଏଠାରେ ପ୍ରକାଶ ଥାଉ କି ରେଡିଓ ଷ୍ଟେସନ ଠାରୁ ଲୋଚାପଡା ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ଗ୍ରାମାଞ୍ଚଳରୁ କାମ ଅନେଶ୍ଵଣରେ ସହରକୁ ଆସନ୍ତି। ସେହିପରି ଉକ୍ତ ରାସ୍ତା ଦେଇ ବିଭିନ୍ନ ଗ୍ରାମାଞ୍ଚଳ ଜନସାଧାରଣ ବଡ଼ ଡାକ୍ତରଖାନାକୁ ପାଖ ରାସ୍ତା ରୂପେ ବ୍ୟବହାର କରନ୍ତି । ପିକ୍ ସମୟରେ ଛାତ୍ର ଛାତ୍ରୀ ଠୁ ଆରମ୍ଭ କରି ସରକାରୀ କର୍ମଚାରୀ ଏବଂ ଦିନ ମଜୁରିଆ ସମସ୍ତେ ଯିବା ଆସିବା କରନ୍ତି ସେହି ସମୟରେ ଅସମ୍ଭବ ଭିଡ଼ ହୋଇଥାଏ। ବେଳେ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ସାରା ଖାଲ ଖମା ଓ ଆପ ଡାଉନ୍ ହୋଇ କଦର୍ଯ୍ୟ ଥିବାରୁ ଧୂଳି ଭର୍ତ୍ତି ହୋଇ ଯାତାୟତ କଲାବେଳେ ତାହା ଉଡି ଲୋକଙ୍କ ସ୍ୱାସ୍ଥ୍ୟ ଭିତରକୁ ଯାଇଥାଏ। ଯାହାଫଳରେ ଲୋକେ ସ୍ୱାସ୍ଥ୍ୟ ଗତ ସମସ୍ୟାରେ ପଡିଥାନ୍ତି।ତେଣୁ ଏହାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାର ତୁରନ୍ତ ପୁନର୍ଣିର୍ମାଣ କାମ ଆରମ୍ଭ କରି ସାରିବାକୁ କମିଟି ଦାବୀ କରିଛି। ଦାବୀ ପତ୍ର ଗ୍ରହଣ କରି ଖୁବ୍ ଶୀଘ୍ର କାମ ଆରମ୍ଭ କରାଯିବ ବୋଲି ସହକାରୀ ଯନ୍ତ୍ରୀ କମିଟି କାର୍ଯ୍ୟକର୍ତ୍ତା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଦାବୀ ପତ୍ର ପ୍ରଦାନ ସମୟରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସହିତ କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ପାଇଛା, ଉପସଭାପତି ହରି ହର ନାୟକ, ସମ୍ପାଦକ ଡ. ଶିବ ପ୍ରସାଦ ମିଶ୍ର, ସଂଯୋଜକ ଏମ. ଲାବଣ୍ୟ ପାତ୍ର, ଯୁଗ୍ମ ସମ୍ପାଦକ ସ୍ବଦେଶ କୁମାର ପାତ୍ର ଏବଂ ଉପଦେଷ୍ଟା ଗଣେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here