୧୫ ନଂ ୱାର୍ଡକୁ ନିଷିଦ୍ଧାଞ୍ଚଳ ଘୋଷଣା ଓ ୧୪୪ ଧରା ଜାରି

0
285

ପୋଲସରା (ନ୍ୟୁଜଏକ୍ସଟ୍ରା) ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ୧୮ ନଂ ୱାର୍ଡ଼ ତଥା ପଞ୍ଚାୟତ ସମିତି କାର୍ଯ୍ଯାଳୟ ସମ୍ମୁଖ ଚିଦାନନ୍ଦ ନଗର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୪୪ ଧାରା ଜାରି କରାଯାଇଛି। ପୋଲସରା ବିଜ୍ଞାପିତ ଅଞ୍ଚଳ କାର୍ଯ୍ଯନିର୍ବାହି ଅଧିକାରୀ ପ୍ରଶନ କୁମାର ଦାଶ ପ୍ରକାଶ କରିଛନ୍ତି ଯେ ନିଷିଦ୍ଧାଞ୍ଚଳ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କଟକଣା ଦଶଦିନ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜଣା ପଡିଛି । କରୋନା ସଂକ୍ରମଣରୁ ରକ୍ଷାପାଇ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସହଯୋଗ କରିବା ପାଇଁ କାର୍ଯ୍ଯନିର୍ବାହି ଅଧିକାରୀ ଶ୍ରୀ ଦାସ ନିବେଦନ କରିଛନ୍ତି ।
ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here