ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ

0
241

ବେଲଗୁଣ୍ଠା,:ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ପୂର୍ବତନ ଅଧ୍ୟକ୍ଷ ଡଃ ଗୁରୁମୂର୍ତ୍ତୀ ନାୟକଙ୍କ ପୌରୋହିତ୍ୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗ ମୁଖ୍ୟ ଅଶୋକ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଯୁବ ରେଡ଼କ୍ରସ୍ କାଉନସିଲର୍ ତଥା ଜାତୀୟ ସେବା ଯୋଜନା ୟୁନିଟ୍-1 ର କାର୍ଯ୍ୟକ୍ରମ ଅଧିକାରୀ ଡଃ ପ୍ରଫୁଲ୍ଲ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଇତିହାସ ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I ଜାତୀୟ ସେବା ଯୋଜନା ୟୁନିଟ୍-3 ର କାର୍ଯ୍ୟକ୍ରମ ଅଧିକାରୀ ତଥା ଓଡ଼ିଆ ଅଧ୍ୟାପକ ସପନ କୁମାର ପ୍ରଧାନଙ୍କ ଆବାହନରେ ଅନୁଷ୍ଠିତ ବୈଠକରେ ଦୈନିକ ଖବର କାଗଜ କଳିଙ୍ଗ ଜ୍ୟୋତି ପତ୍ରିକାର ବେଲଗୁଣ୍ଠା ପ୍ରତିନିଧି ଶିବରାମ ଚୌଧୂରୀ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥି ମାନେ ଏଡସ୍ ର ନିରାକରଣ କେବଳ ସଚେତନତା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମରେ ମନୋଜ ପ୍ରଧାନ, ଶୁଭମ୍, ତୃପ୍ତିମୟୀ, ଆଶୁତୋଷଙ୍କ ସମେତ ବହୁ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I.

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here