ବିଶ୍ବ ଏଡସ ଦିବସ ରେ ସଚେତନତା ରାଲି

0
224

ଭଞ୍ଜନଗର :ଭଞ୍ଜନଗର ବ୍ଳକ କୁଲାଡ କବି ସମ୍ରାଟ ବିଦ୍ୟାପୀଠ ଓ ରୋଟାରୀ କ୍ଳବ ଆନୁକୁଲ୍ୟରେ ବିଶ୍ବ ଏଡସ ଦିବସରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡତ୍ୟା ପତାକା ଦେଖାଇ ସଚେତନତା ରାଲିର ଶୁଭ ଉଦଘାଟନ କରିଥିଲେ ା ରୋଟାରୀ କ୍ଳବ ସଭାପତି ଭି.ଦେବୀ ପ୍ରସାଦ ପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ା ସେକ୍ରେଟାରୀ ସୁଧିର କୁମାର ପାଣିଗ୍ରାହୀ, ରଞ୍ଜିତ କୁମାର ବାରିକ ,ପି. ଦିଲ୍ଲିପ କୁମାର ପାତ୍ର, ପ୍ରଦ୍ୟୁମ୍ନ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ା ଏହି ସଚେତନତା ରାଲିରେ ବିଦ୍ୟାପୀଠର ଏନ୍.ସି.ସି କ୍ୟାଡେଟ, ସ୍କାଉଟ ,ରେଡକ୍ରସର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ା ଏହି ରାଲି କୁଲାଡ ପରିକ୍ରମା କରି ବିଭିନ୍ନ ସ୍ଳୋଗାନ ଜରିଆରେ ଏଡସ କଣ, ଏହା କିପରି ରୋକାଯିବ ଆଦି ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ ା ବିଦ୍ୟାପୀଠର ଏନ.ସି.ସି ଅଫିସର ପ୍ରଦ୍ୟୁମ୍ନ କୁମାର ମଲ୍ଲିକଙ୍କ ସମେତ ଶିକ୍ଷକ ଦିବାକର ପାତ୍ର, ତାରିଣୀ ଚରଣ ପାଢି,ବସନ୍ତ କୁମାର ତାରିଣୀ ,ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ା
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here