ଇନରୱିଲ କ୍ଲବ୍ ବ୍ରହ୍ମପୁରର ବୈଠକ

0
231

ବ୍ରହ୍ମପୁର: ଇନର ହୁଇଲ୍ କ୍ଲବ୍ ଅଫ ବ୍ରହ୍ମପୁରର ପଞ୍ଚମ ସାଧାରଣ ପରିଷଦ ବୈଠକ ଗାନ୍ଧିନଗର ଦ୍ଵିତୀୟ ଲାଇନ ସ୍ଥିତ ଚେନ୍ନାଇ ଏକ୍ସପ୍ରେସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡିଷ୍ଟ୍ରିକ୍ଟ ଇଲେକ୍ସନ ନୋମିନେସନ କାର୍ଯ୍ୟକ୍ରମରେ ଟି.ଚିରଂଜୀବା ଜିଲ୍ଲା ଚେୟାରମେନଭାବେ ମନୋନୀତ ହୋଇଥିଲେ । ସେହିପରି ଏଠାରେ ୨୦୨୨-୨୩ ବର୍ଷ ପାଇଁ ଡେପୁଟି ଏସୋସିଏସନ୍‌ ପ୍ରାୟ ୫୦ ଜଣ ସଭ୍ୟା ଏଠାରେ ଉପସ୍ଥିତ ଥିଲେ । ସଭାନେତ୍ରୀ ରତ୍ନମୟୀ କଟନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦିକା ସିଲ୍ଲା ସରୋଜା, ଜିଲ୍ଲା ଭାଇସ୍‌ ଚେୟାରମେନ ଟି.ଚିରଜୀବୀ, ସିସିସି ଅମୃତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ୨ଜଣ ଅସହାୟ ମହିଳା ଆଶାଙ୍କୁ ୬ହଜାର ଟଙ୍କା ଓ କଲ୍ୟାଣୀଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ରାଶି କ୍ଲବ୍ ତରଫରୁ ପ୍ରଦାନ କରାଯାଇଥିଲା । ଲଳିତା କଳାବତୀ ଫାଉଣ୍ଡେସନ୍‌ ମୁଖ୍ୟ ପରିଚାଳିକା ଚନ୍ଦ୍ରକଳାଙ୍କ ତତ୍ୱାବଧାନରେ ଏକାଡେମୀର ୨ଜଣ ଛାତ୍ରୀ ଏଠାରେ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ସଭ୍ୟା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଠାରେ ଅତିଥିଭାବେ ସାମ୍ବାଦିକ ସୁଦୀପ କୁମାର ସାହୁ ଯୋଗଦେଇ ସଂଗୀତ ପରିବେଷଣ କରିବା ସହ ତାଙ୍କୁ କ୍ଳବ ତରଫରୁ ସମ୍ବନ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here