ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ରାଜ୍ୟ କମିଟି ପୁନର୍ଗଠିତ – ପ୍ରଭାତ ତ୍ରିପାଠୀ କାର୍ଯ୍ୟକାରୀ ସଭାପତି ଓ ରବି ରଥ ଉପ-ସଭାପତି ମନୋନିତ

0
263

ଭୁବନେଶ୍ବର : ଦେଶର ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ଓଡିଶା ରାଜ୍ୟ ସଂଗଠନକୁ ଆହୁରୀ ସୁଦ୍ରୁଢ କରିବା ନିମନ୍ତେ ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ଓ ବରିଷ୍ଠ ସାମ୍ବାଦିକ ତଥା ଶ୍ରମିକ ନେତା ରବି ରଥଙ୍କୁ ଉପ-ସଭାପତି ଭାବେ ନୂତନ ଦାୟିତ୍ବ ମିଳିଛି।

ହିନ୍ଦ ମଜଦୂର ସଭା (ଏଚ.ଏମ.ଏସ.) ର ଓଡିଶା ରାଜ୍ୟ ସଭାପତି କ୍ରୁଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କମିଟିର ଏକ ସ୍ବତନ୍ତ୍ର ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ହିନ୍ଦ ମଜଦୂର ସଭାର ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ସହ ଶ୍ରମିକଙ୍କ ନ୍ୟାର୍ଯ୍ଯ ଦାବୀକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ନିମନ୍ତେ ନୂତନ କାର୍ଯ୍ୟକାରୀ ସଭାପତି ଓ ଉପ-ସଭାପତି ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପାତ୍ର ଆଶା ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here