ମର୍ଦ୍ଧକୋଟ ବିଦ୍ୟାଳୟରେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଫାଟକ ତାଲା ପକାଇ ଆନ୍ଦୋଳନ କଲେ ଅଭିଭାବକ

0
237

ବେଗୁନିଆପଡା:- କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକ ମାନଙ୍କ ଦ୍ୱାରା ଏକ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ସହ ବିଦ୍ୟାଳୟ ପରିଚାଳନା କମିଟି ପୁନଃ ଗଠନ ପାଇଁ ଦାବୀ କରିଥିଲେ ଅଭିଭାବକ। ଦୀର୍ଘ ୨ ଘଣ୍ଟା ବିଦ୍ୟାଳୟ ଫାଟକ ବନ୍ଦ କରି ତାଲା ପକାଇ ବିଦ୍ୟାଳୟ ଭିତରକୁ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଛାଡି ନଥିଲେ ଆନ୍ଦୋଳନକାରୀ। ପରେ ଘଟଣା ସ୍ଥଳରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି,ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦିହୁରୀ, ବେଗୁନିଆପଡା ବି ଇ ଓ କମଳା କାନ୍ତ ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିବା ପରେ ଲୋକମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ପ୍ରକାଶ ଥାଉକି, ଗତ ଶୁକ୍ରବାର ଦିନ ବିଦ୍ୟାଳୟରୁ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଗଲା ପରେ, ଜୈନିକ ଶିକ୍ଷକ ଜଣେ ଶିକ୍ଷୟତ୍ରୀଙ୍କ ସହିତ ବିଦ୍ୟାଳୟର କମନ ରୁମ ଭିତରେ ଅସଂଯତ ଅବସ୍ଥାରେ ଦେଖିଥିବା ଆଉ ଜଣେ ଶିକ୍ଷୟତ୍ରୀଙ୍କୁ ଘଟଣା ପ୍ରଘଟ ନ କରିବା ପାଇଁ ଅଭିଯୁକ୍ତ ଶିକ୍ଷକ ମାରପିଟ ସହ ଧମକ ଦେଇଥିବା ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଏପଟେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ଓ ପୁନଃ ପରିଚାଳନା କମିଟି ଗଠନ ପାଇଁ ଦାବୀରେ ଗ୍ରାମବାସୀ ଓ ଅଭିବାହକ ମହଲ ଆନ୍ଦୋଳନକୁ ଓହ୍ଲାଇ ଥିଲେ । …

LEAVE A REPLY

Please enter your comment!
Please enter your name here