ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ତରଫରୁ ଉତ୍କଳ ଦିବସ ପାଳନ

0
283

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ତରଫରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପାଠାଗାର ର ସଭ୍ୟମାନେ ଶୋଭାଯାତ୍ରା ରେ ବାହାରି ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ପହଂଚି ସେଠାରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାଶ ଙ୍କର ପ୍ରତିମୂର୍ତ୍ତି ରେ ଉପସଭାପତି ନିରଞ୍ଜନ ପ୍ରଧାନ ଙ୍କସମେତ ଅନ୍ୟ ସଭ୍ୟମାନେ ଗୋପବନ୍ଧୁଙ୍କ ପୁଷ୍ପାମାଲ୍ୟା ଅର୍ପଣ କରିବା ସହିତ ଶୃତି ଚାରଣ କରିଥିଲେ । ସେହିପରି ଭଞ୍ଜନଗର ଏନ୍. ଏ. ସି ପ୍ରାଙ୍ଗଣରେ ଥିବା ଗୋପବନ୍ଧୁ ଦାଶ ଙ୍କ ପ୍ରତିମୂର୍ତ୍ତି ରେ ଭଞ୍ଜନଗର ଶ୍ରମିକ ସମନ୍ଵୟ ସମିତି ସାଧାରଣ ସମ୍ପାଦକ ହରିକୃଷ୍ଣ ସାହୁ ଙ୍କ ସମେତ ସମସ୍ତ ସଭ୍ୟ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ପ୍ରଧାନ, ପଦ୍ମ ଚରଣ ପ୍ରଧାନ, ଅଭିମନ୍ୟୁ ଗୌଡ଼, ପୁରୁଷୋତ୍ତମ ମହାପାତ୍ର, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here