ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଏନ୍ ସି ସି ଡେ ପାଳିତ

0
265

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରେ ୭୪ ତମ ଏନସିସି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭଜମନ ବେହେରା, ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାସ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମହାବିଦ୍ୟାଳୟ ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ପ୍ୟାରେଡ଼ ସ୍ଥଳରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ମୂଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏନସିସି ପତାକା ଉତ୍ତୋଳନ କରି ଏନସିସି କ୍ୟାଡେଟ ମାନଙ୍କୁ ସଂଵୋଧନ କରିଥିଲେ । ସେ ନିଜ ବ୍ୟକ୍ତବ୍ୟରେ କ୍ୟାଡଟ ମାନଙ୍କ ଅଭ୍ୟାସ ତଥା ପରିଶ୍ରମର ଭୁୟସୀ ପ୍ରଶଂସା କରିବା ସହ ଦେଶ ମାତୃକାର ସେବା ନିମନ୍ତେ ଉତ୍ସାହିତ କରିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାସ ଏନସିସି କ୍ୟାଡେ଼ଟ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ଉଭୟେ ପ୍ୟାରେଡ଼ ନିରୀକ୍ଷଣ କରିଥିଲେ । ଏନସିସି କ୍ୟାଡେ଼ଟ ମାନେ ସିନିୟର ଡିଭିଜନ SUO ତରୁଣ ଚିନ୍ତାଡ଼ାଙ୍କ ନେତୃତ୍ୱରେ ଉଚ୍ଚକୋଟିର ମାର୍ଚ୍ଚପାଷ୍ଟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ଏନସିସି ଅଧିକାରୀ ହରିହର ଦାଶ, ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ . ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତି ସୁଜାତା ଗୋମାଙ୍ଗ , ଵ୍ୟୈଦମଧୁ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here