ହୃଦଘାତ ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

0
434

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଥିବା ମଙ୍ଗଳ ବିଭାଗ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ହୃଦଘାତ ରେ ମୃତ୍ୟୁ ହୋଇଯାଇଛି । ଗୁରୁବାର ସନ୍ଧ୍ୟା ୭ଟା ସମୟରେ ନିଜ କାମରେ ବିଦ୍ୟାଳୟ ସ୍ଥିତ ନିଜ ବାସ ଭବନରେ ବସି କାର୍ଯ୍ୟ ସମ୍ପାଦନ ସମୟରେ ହଟାତ ପ୍ରଧାନ ଶିକ୍ଷକ ଭି . କୈଳାସ ରାଓ ଚୌକି ରୁ ତଳେ ପୋଡ଼ିଯାଇ ଥିଲେ । ତୁରନ୍ତ ଶ୍ରୀ ରାଓ ଙ୍କ ଧର୍ମପତ୍ନୀ ବିଦ୍ୟାଳୟ ର କର୍ମଚାରୀ ଙ୍କ ସହ କୋଷାଗୁମୁଡ଼ା ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ । ଡାକ୍ତର ଶ୍ରୀ ରାଓ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶ୍ରୀରାଓ ଙ୍କବୟସ ୫୭ ବର୍ଷ ହୋଇଥିବା ବେଳେ ବିଦ୍ୟାଳୟରେ ଦୀର୍ଘ ୩ବର୍ଷ ରୁ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । ସେ ଏହି ଅଞ୍ଚଳରେ ଏକ କର୍ତ୍ତବ୍ୟ ନିଷ୍ଠା ଶିକ୍ଷକ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ବେଷ ପରିଚିତ ଥିଲେ । ଶ୍ରୀ ରାଓ ଙ୍କ ମୃତ୍ୟୁ ଖବର ରେ କୋଷାଗୁମୁଡ଼ା ଓ କୋଡ଼ିଙ୍ଗା ଅଞ୍ଚଳ ର ବିଦ୍ୟାର୍ଥୀ , ଭଦ୍ରମଣ୍ଡଳୀ , ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ବନ୍ଧୁଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here