ବାଇକ ଯୋଗେ ଓ କାନ୍ଧରେ ବୁହାହେଉଛି ଗର୍ଭବତୀ ମହିଳା ଙ୍କୁ…

0
254

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଦୁର୍ଗମ ଅଞ୍ଚଳରମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ଗ୍ରାମ ପଞ୍ଚାୟତ ରେ ବହୁତ ଗ୍ରାମ ଆଜି ପର୍ଯ୍ୟନ୍ତ ସେମିତି ଦୁର୍ଗମ ଅଞ୍ଚଳ ତଥା ବଣ ପାହାଡ ଘେରା ରହିଥାବା ବେଳେ ଆଜି ମଧ୍ୟ ସେହି ଅଞ୍ଚଳ ର ଅଧିବାସୀ ମାନଙ୍କ ଦୁରାବସ୍ତା ସେହି ପରି ପଡ଼ିରହିଛି ଯାହା କି ଗଜପତି ଜିଲ୍ଲା ରେ ମୋହନା ବ୍ଲକ ରେ ଦେଖିବାକୁ ମିଳିଛି ଯାହା କି ଗର୍ଭବତୀ ମହିଳାଙ୍କ ଦୁରାବସ୍ଥା ଚିତ୍ର ଦେଖିଲେ ସେମାନଙ୍କ ଦୁରାବସ୍ଥା କହିଲେ ନସରେ । ମୁଖ୍ୟତଃ ଆଜିବି ରାସ୍ତାଘାଟ ତଥା ବିକାଶର ବହୁ ପଛରେ ପଡିରହିଥିବା ଦୁର୍ଗମାଞ୍ଚଳର ଅବସ୍ଥାକୁ ଦେଖିଲେ ହିଁ ସାଧାରଣ ଲୋକେ ବିଶ୍ୱାସ କରିହେବ ନାହିଁ। ଓଡିଶା ସରକାରଙ୍କ ବିଭିନ୍ନ ସମସୟରେ ବିକାଶ ଉପରେ କରୁଥିବା ରାସ୍ତାଘାଟ ନିର୍ମାଣ ଉପରେ ବହୁତ ବଡ଼ ବଡ଼ ଭାଷଣ ଦେଉଛନ୍ତି ହେଲେ ଦୁର୍ଗମାଞ୍ଚଳର ବାସ୍ତବ ଚିତ୍ର ଅତି ବିକଳ । ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ପ୍ରଞ୍ଚାୟତର ବହୁ ଗ୍ରାମ ଅତି ଦୁର୍ଗମ ତଥା ବନପାହାଡ ଘେରାରେ ରହିଛି । ଏଭଳି ଏକ ଗ୍ରାମ ଜନକପୁର ଗ୍ରାମାଞ୍ଚଳକୁ ଲାଗି ୪ ଗୋଟି ଗ୍ରାମ ରହିଛି । ଏହି ଗ୍ରାମାଞ୍ଚଳରେ ପ୍ରାୟ ୭୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ପଞ୍ଚାୟତ ସଦର ମହକୁମା ରାଇପଙ୍କାକୁ ଯିବାକୁ ହେଲେ ୧୧କିମି ରାସ୍ତା ପଡୁଥିବା ବେଳେ ଖାଲଖମାରେ ଭରପରୁ ଏହି ରାସ୍ତା ଅଟେ । ସରକାରଙ୍କ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଆମ୍ବଲାନ୍ସ ସେବା ପହଞ୍ଚି ପାରୁ ନାହିଁ । ଦୁର୍ଗମ ଅଞ୍ଚଳରେ ଏଭଳି ଘଟଣା ଦୈନନ୍ଦିନ ଘଟଣା ଘଟିବାଦେଖିବାକୁ ମିଳିଛି। । ଜନକପୁର ଗ୍ରାମାଞ୍ଚକୁ ରାସ୍ତା ନଥିବା ଯୋଗୁଁ ଗର୍ଭବତୀ ପ୍ରସୂତି ମହିଳାଙ୍କୁ କେଉଁଠାରୁ ପାଦଚଲାରେ ଆଣୁଛନ୍ତିତ ଆଉଁ କେତେଟି ଅଞ୍ଚଳ ରାସ୍ତାକୁ ବାଇକ ଯୋଗେ ଅତିକ୍ରମ କରାଉଛନ୍ତି । ବିଶେଷ କରି ପାଣି ତଥା ଝରଣା ନାଳ ଆଦି ଥିବା ସ୍ଥାନ ମାନଙ୍କରେ କାନ୍ଧରେ ବୁହାହୋଇ ଆଣୁ ଥିବାର ଲକ୍ଷ୍ୟ କରାଯାଉଛି । ଜନକପୁର ଠାରୁ ଲଦିଗୁଡା ଗର୍ଭବତୀ ମହିଳାଙ୍କୁ ଆଣିବାକୁ ହେଲେ କାଲିମେଳା ନାଳ ପାର କରିବାକୁ ପଡୁଛି । ଏହି ରାସ୍ତା ୩ କିମି ଚଲାପଥରେ ଯିବାକୁ ପଡିଥାଏ । ଏହାପରେ ବିରିକୋଟ ମେଡିକାଲ ପର୍ଯ୍ୟନ୍ତ ଭାର ବା କାନ୍ଧେଇ ନେବା ଆଣିବାକୁ ପଡୁଛି । ସୂଚନା ଯୋଗ୍ୟ ଯେ, ଏପରି ପାହାଡିଆ ତଥା ଦୁର୍ଗମାଞ୍ଚଳରେ ଏପରି ପ୍ରତିସୂତି ମହିଳାଙ୍କୁ ନେବା ଆଣିବା କରିବା ବେଳେ ମୃତ୍ୟୁମୁଖରେ ପଡୁଥିବାର ମଧ୍ୟ ଅସମ୍ଭବ ନୁହେଁ । ହେଲେ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳ ବାସିନ୍ଦା ପ୍ରତି ପ୍ରଶାସନ ପକ୍ଷରୁ କିମ୍ବା କୌଣସି ରାଜନୈତିକ ଦଳର କର୍ମୀ ଙ୍କ ଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ କୈାଣସି ଲୋକଙ୍କ ନଜର ପଡୁନାହିଁ ଏହା ସହିତ ସରକାରଙ୍କ ପକ୍ଷରୁ ମଧ୍ୟ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଏଥିପାଇଁ ନଜର ଗ୍ରାମାଞ୍ଚଳରେ ପଡୁନଥିବାର ଅଞ୍ଚଳବାସୀ ମାନେ କହିଛନ୍ତି
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here