ମାର୍ଲାଭା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ୨୫ ଆହତ

0
259

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଏକ ପିକ୍ଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଦୁର୍ଘଟଣା ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିବା ସ୍ଥଳେ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଲା। ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ରାୟଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ପଠାଯାଇଥିଲା ଏହା ପରେ ଗୁରୁତର ମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ସିନ୍ଦିବାରୁ କୁମୁଳିସିଂ ଗ୍ରାମକୁ ବାହାଘରରେ ଯୋଗଦେବା ନିମନ୍ତେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସ୍ଥାନରେ ସବୁବେଳେ ମାର୍ଲବା ଘାଟିରେ ନିୟମିତ ଭାବେ ଦୁର୍ଘଟଣା ଘଟୁଛି । ବ୍ୟବସାୟୀଙ୍କ ଗାଡ଼ି ଚାଳନା ସାଙ୍ଗକୁ ଡ୍ରାଇଭର ମାନଙ୍କର ବେଖିତର ଯୋଗୁଁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ନଜରକୁ ଆସୁଛି । ଏହି ସ୍ଥାନରେ ସଠିକ୍ ସେହି ସ୍ଥାନରେ ମାର୍ଲବା ଘାଟିରେ ବୁଲାଣି ନିକଟରେ ହିଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦୁର୍ଘଟଣା କ୍ଷେତ୍ର ଭାବେ ଚିହ୍ନଟ କରାଯାଇଥିବା ସତ୍ବେ ଜିଲ୍ଲା ପ୍ରଶାସନ ଓ ସଡକ ସୁରକ୍ଷା କମିଟିର ଅନୁଧ୍ୟାନ ପରେ ରାସ୍ତାରେ ରହିଥିବା ତୃଟିକୁ ସୁଧାରିବା ପାଇଁ ଜାତୀୟ ରାଜପଥ ବିଭାଗ ମଧ୍ୟ ମରାମତି କରୁଛନ୍ତି କି ନାହିଁ ବାରିହୁଏ ନାହିଁ ଯାହା ଫଳରେ ପ୍ରତି ମାସରେ ଦୁର୍ଘଟଣା ଉପରେ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି ଏହି ଅବସରରେ ବିଭାଗୀୟ କ’ଣ ପଦକ୍ଷେପ ନେଉଛନ୍ତି ତାହା ଜାଣିବା ଅସମ୍ଭବ ହେଉଛି। ଅପରପକ୍ଷରେ ବିଭାଗୀୟ ସଚେତନ ଅଭାବରୁ କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ମାଲବାହୀ ଗାଡିରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀ ମାନେ ଯାତାୟତ କରୁଛନ୍ତି । ଯାହାକି ଦୁର୍ଘଟଣା ଘଟିବାର ଅନ୍ୟ ଏକ କାରଣ । ସର୍ବଦା ଆଦିବାସୀ ମାନେ ବାହାଘର ଭୋଜି ହେଉକି ସୋଭା ସମିତି କି ଅନ୍ୟ କୌଣସି ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟ୍ରାକ୍ଟର କିମ୍ବା ପିକ୍ଅପ ଭ୍ୟାନ ଭଳି ମାଲ ବୋଝେଇ ଗାଡ଼ିରେ ଯାତାୟତ କରିଥାନ୍ତି । ଫଳରେ ସାଧାରଣ ଦୁର୍ଘଟଣା ହେବା ଅନେକ ମୃତାହତ ହେବାର ନଜର ରହିଛି । ଯାତ୍ରୀବାହି ଗାଡିରେ ଯାତାୟତ ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଯାହା କି ସେମିତି କିଛି କହି ହେବନି। ଯେତେବେଳେ ବି ଦୁର୍ଘଟଣା ଘଟେ ତା ପରବର୍ତ୍ତୀ ସମୟରେ ମାମଲା ରୁଜୁ କରି ପୋଲିସ ଓ ପରିବହନ ବିଭାଗ ତଦନ୍ତ କରେ କିନ୍ତୁ ଦୁର୍ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବା ସେହି ଅଞ୍ଚଳ ର ସାଧାରଣ ଲୋକଙ୍କ ଅଭିଯୋଗ ହୋଇଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here