ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

0
202

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧ ନମ୍ବର ଓାର୍ଡ ଅର୍ନ୍ତଗତ ପ୍ରଶାନ୍ତି ବିହାର କମୁନିଟି ସେଣ୍ଟର ଠାରେ ୧ ନମ୍ବର ଓାର୍ଡର କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

କେୟାର ନେତ୍ରମ୍ ଆନୂକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ୭୦ରୁ ଉର୍ଦ୍ଧ ଲୋକ ମାଗଣାରେ ଆଖି ପରୀକ୍ଷା କରାଇଥିଲେ । ଅଭିଜ୍ଞ ଡାକ୍ତର ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ପରୀକ୍ଷା ନୀରିକ୍ଷା କରିଥିଲେ ।

ମୋତିଆ ବିନ୍ଦୁ ହୋଇଥିବା ରୋଗୀଙ୍କୁ ମାଗଣାରେ ଅସ୍ତ୍ରୋପ୍ରଚାର କରାଯିବ ବୋଲି କର୍ପୋରେଟର ଶ୍ରୀଯୁକ୍ତ ରାଉତ କହିଥିଲେ । କାର୍ଯ୍ୟକ୍ରମକୁ ଦି କ୍ଲବର ସଭାପତି, ସମ୍ପାଦକ, ସଦସ୍ୟ ଓ ଅନ୍ୟମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here