ଅଟୋରେ ଛୁଆ ପ୍ରସବ ଘଟଣା ସତ୍ୟ ବୋଲି ସ୍ୱୀକାର କଲେ କରୁଣା ଟ୍ରଷ୍ଟର ରାଜ୍ୟ ମୁଖ୍ୟ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେବେ?

0
323

ବେଗୁନିଆପଡା:ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ରାହାଡା ମେଡିକାଲରେ ଡାକ୍ତରଙ୍କ ଅବହେଳାରୁ ଅଟୋ ଭିତରେ ଛୁଆ ପ୍ରସବ ଘଟଣାରେ ଆଜି କରୁଣା ଟ୍ରଷ୍ଟର ଏକ ଟିମ ରାହାଡା ମେଡିକାଲରେ ପହଂଚି ତଦନ୍ତ କରିଛି। ଆଜି ମେଡିକାଲରେ କରୁଣା ଟ୍ରଷ୍ଟର ରାଜ୍ୟ ମୁଖ୍ୟ ହରେକୃଷ୍ଣ ପ୍ରହରାଜଙ୍କ ସହ ଏକ ଟିମ ପହଁଚି ତଦନ୍ତ କରିଛନ୍ତି । ଅଟୋ ଭିତରେ ପ୍ରସବ ହୋଇଥିବା କଥା ତଦନ୍ତରୁ ଜଣାପଡିଥିବା ଶ୍ରୀ ପ୍ରହରାଜ ସ୍ୱୀକାର କରିଛନ୍ତି । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏହା ସହ ପ୍ରସବ ପାଇଁ ଆସିଥିବା ମହିଳାଙ୍କ ନିକଟକୁ ଯାଇ ତାଙ୍କ ବୟାନ ଆଣିଛନ୍ତି। ଗତ ବୁଧବାର ଦିନ ରାତି ଗୋଟାଏ ସମୟରେ ଝୁନୁ ସେଠି ନାମକ ଜଣେ ପ୍ରସୂତି ରାତିରେ ମେଡିକାଲକୁ ଆସି ଡାକ୍ତରଙ୍କୁ ଡାକି ଡାକି ନୟାନ୍ତ ହେବା ସହ ଡାକ୍ତର କବାଟ ଖୋଲି ନଥିଲେ। ଶେଷରେ ସେ ଅଟୋ ଭିତରେ ଛୁଆ ପ୍ରସବ କରିଥିଲେ । ଗଞ୍ଜାମ ସିଡିଏମଓଙ୍କ ନିର୍ଦ୍ଦେଶରେ ଆଉ ଏକ ଟିମ ଆସିବେ ବୋଲି ଜଣାପଡିଥିବା ବେଳେ ତାହା ଏ ପର୍ଯ୍ୟନ୍ତ ଆସିନାହିଁ । ଅନ୍ୟପଟେ ଗତକାଲି ଏଘଟଣାରେ ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଅବହେଳା କରିଥିବା ଡାକ୍ତରଙ୍କ ଉପରେ ବିଭାଗ ଓ ଟ୍ରଷ୍ଟ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟ:

LEAVE A REPLY

Please enter your comment!
Please enter your name here