ଫୋନ ରେକଡ଼ିଂ ଭାଇରାଲ ହେବା ପରେ ନକଲି ଥାନା ଅଧିକାରୀ ଚିକିଲିରୁ ଗିରଫ, ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲା ଧମକ

0
280

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ହାଲୋ.. ମୁଁ ଖଲ୍ଲିକୋଟ ଆଇଆଇସି କହୁଛି.. ଜଗନ୍ନାଥ ମଲ୍ଲିକ.. ତୁ ସେ ରବି ପଛରେ କାହିଁକି ଲାଗିଛୁ .. ଯଦି ତା ପଛରେ ଏମିତି ଲାଗିବୁ ତା ହେଲେ ଇଲେକ୍ସନ ପୂର୍ବରୁ ତୋ ବିରୋଧରେ ଥ୍ରୀ ଟ୍ୱେଣ୍ଟି ଦଫା ଲଗାଇ ଉଠେଇ ଆଣିବି ବୁଝିଲୁ….। ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ନାମ କହି ଏମିତି ଭାବେ ଧମକ ଦେଉଥିଲା ଭରସା ଗ୍ରାମର ଅର୍ଜ୍ଜୁନ ସେଠୀ ଙ୍କୁ ।ପରେ ଏହି ଫୋନ ରେକଡ଼ିଂ ଭାଇରାଲ ହେବା ପରେ ସାଧାରଣ ରେ ସୃଷ୍ଟି ହୋଇଥିଲା ହଇଚଇ । ଏହି ଧମକ ଫୋନ ରେକଡ଼ିଂ ଭାଇରଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। କୌଣସି ଏକ ଘଟଣା କୁ ନେଇ ଭରସା ଗ୍ରାମର ଅର୍ଜୁନ ସେଠି ନାମକ ଜଣେ ବ୍ୟକ୍ତିଙ୍କୁ ଫୋନ ଯୋଗେ ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ ମୁଁ ଆଇଆଇସି ଜଗନ୍ନାଥ ମଲ୍ଲିକ ନାମ କହି ବିଭିନ୍ନ ପ୍ରକାର ଧମକ ଦେବା ସହ ଉଠେଇ ନେଇ କେସ ରେ ଫସେଇ ଦେବାପାଇଁ ଧମକ ଦେଉଥିବାର ଫୋନ ରେକଡ଼ିଂ ରେ ଶୁଣିବା କୁ ମିଳିଥିଲା ।ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଏହି ଖବର ପାଇବା ପରେ ଘଟଣା କୁ ଗୁରୁତର ସହ ନେଇ ତଦନ୍ତ କରିଥିଲେ । ଗତକାଲି ଅପରାହ୍ନରେ ନକଲି ଆଇଆଇସି ସାଜି ଫୋନ ରେ ଧମକ ଦେଉଥିବା ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼ ଙ୍କୁ ପୋଲିସ ଗିରଫ କରିଥିଲା । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୭୦୭/୨୦୨୧ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇ ଆଜି ସୁନିଲ ଗୌଡ଼କୁ କୋର୍ଟ ଚାଲାଣ କରାଯାଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here