ଆନ୍ଧ୍ର ପ୍ରଦେଶ ବାବନପାଡୁ CUTM ର ୩ ଜଣ ଛାତ୍ରପାଣିରେ ବୁଡି ଜଣେ ମୃତ ୨ ଜଣ ଗୁରୁତର

0
296

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ସେଞ୍ଚରିୟନ ବିଶ୍ବବିଦ୍ୟାଳୟର ,CUTMର କିଛି ଛାତ୍ର ପିକନିକ୍ ପାଇଁ ଆନ୍ଧ୍ରପ୍ରଦେଶ ର ବାବନାପାଡୁ ଯାଇଥିଲେ। ସେଠାର ସମୁଦ୍ର କୁ ଭିତରକୁ ଜିବା ଫଳରେ ଦୁର୍ଘଟଣା ବସତଃ ସମୁଦ୍ର ପାଣିରେ ୩ଜଣ ଛାତ୍ର ପାଣିରେ ବୁଡି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ , ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ସ୍ଥାନୀୟ ଧୀବର ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଛାତ୍ର ଜଣକ ବ୍ରହ୍ମପୁର ଗୋଷାଣୀ ନୁଆଗାଁର ସେଖର କୁମାର ବେହେରା, କୃଷି ବିଜ୍ଞାନ ବିଭାଗର ଶେଷ ବର୍ଷର ଛାତ୍ର ହୋଇଥିବା ସୂଚନା ମିଳିଛି, ଛାତ୍ର ଙ୍କ ମୃତ୍ୟୁ ଦେହ ଉଦ୍ଧାର କରିବା ପରେ ଆନ୍ଧ୍ର ପ୍ରଦେଶର ଟେକାଲି ହସ୍ପିଟାଲ କୁ ବ୍ୟବଛେଦ ନିମନ୍ତେ ପଠାଯାଇଥିବା ଜଣା ପଡିଛି। ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଟେକାଲି ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ୨ ଜଣକ ସ୍ୱାସ୍ତ୍ୟ ଅଵସ୍ଥା ଭଲ ଅଛି । ଉଭୟଙ୍କ ଅଭିଭାବକ ପହଁଞ୍ଚିବା ପରେ ସେମାନଙ୍କୁ ଛଡ଼ାଯିବ ବୋଲି ସୂଚନା ମିଳିଛି
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here