ନିର୍ମଳଝର ଠାରେ ପୋଲିସର ଚଢ଼ାଉ, ୩ଶହ ଲିଟର ଚୋରା ଦେଶିମଦ ସହ କାର ଜବତ, ଜଣେ ଗିରଫ

0
282

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ନିର୍ମଳଝର ଠାରେ ୩ଶହ ଲିଟର ଚୋରା ଦେଶିମଦ, ଗୋଟିଏ କାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ । ସୂଚନା ଅନୁଯାୟୀ ଆଜି ସକାଳେ ଗୁହାରିଆପାଟ ଅଞ୍ଚଳରୁ କୋଦଳା ଅଭିମୁଖେ ଏକ ମାରୁତି ସୁଜୁକି କାର ନମ୍ବର OR 02 G 0399 ଯୋଗେ ଚୋରା ଦେଶିମଦ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏଏସଆଇ ପ୍ରଭାକର ଗନ୍ତା ଓ ଅନିଲ କୁମାର ଶବରଙ୍କ ନେତୃତ୍ବରେ ସଦଳବଳେ ନିର୍ମଳଝର ଠାରେ ପହଂଚି କାର କୁ ଜବତ କରିଥିଲେ । କାର ଭିତରେ ଥିବା ୩ଶହ ଲିଟର ଚୋରା ଦେଶିମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ କନେଷ୍ଟବଳ ରୁଦ୍ରପ୍ରସାଦ ଭଟ୍ଟମିଶ୍ର, ସନ୍ତୋଷ କୁଡୁମ୍ବା, ହୃଷିକେଶ ନାୟକ, ସୁଶାନ୍ତ କୁମାର ନାୟକ ପ୍ରମୁଖ ସାମିଲ ଥିବା ବେଳେ ଗିରଫ ଯୁବକ କୋଦଳା ଥାନା ଅଞ୍ଚଳର ପ୍ରସାଦ ନାହାକ ବୋଲି ସୂଚନା ମିଳିଛି । ଏ ସଂପର୍କରେ ଥାନା କେସ ନଂ ୭୧୧/୨୦୨୧ ଅନୁସାରେ ମାମଲା ରୁଜୁ କରାଯାଇ ଆଜି ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଚୋରା ଦେଶିମଦ ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କୁ ସାବାଡ କରିବାପାଇଁ ଆଗକୁ ଏଭଳି ଚଢ଼ାଉ ଜାରିରହିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here