ସ୍ପ୍ରେଡ୍ ହେପିନେସ୍ ସଙ୍ଗଠନ ସହାୟତାରେ ପ୍ରବାସୀଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଲା

0
334

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) କର୍ମମୟ ଜୀବନରେ କର୍ମ କରୁ କରୁ ଶେଷ ପୂର୍ଣଛେଦ ହେଉଛି ମୃତ୍ୟୁ। ଏମିତି ଏକ ଅବିଶ୍ୱନୀୟ ଘଟଣା ଘଟିଛି କେନ୍ଦ୍ରାପଡାର ଚିତ୍ତ ରଂଜନ ମହାନ୍ତିଙ୍କ ସହିତ। ରୋଜଗାର କରି ପରିବାର ଭରଣ ପୋଷଣ ପାଇଁ ପୁଣେର ଦେହୁରୋଡ ଅଂଚଳରେ ରହୁଥିବା ସମୟରେ ହଠାତ ହୃଦଘାତ ଯୋଗୁ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇ ଯାଇଥିଲା।ତାଙ୍କର ମର ଶରୀରକୁ ନିକଟସ୍ଥ ପୋଲିସ ଷ୍ଟେସନ ଜବତ କରି ଶବ ବ୍ୟବଚ୍ଛେଦ କରିବା ସହିତ ତାଙ୍କର ସମର୍କୀୟଙ୍କ ଉପସ୍ଥିତ ବିନା ଅନ୍ୟ କାହାରିକୁ ଶବ ଦେଉ ନଥିଲେ।ଏହି ଭଳି ଘଡ଼ିସନ୍ଧି କରୋନା ମହାମାରୀ ସମୟରେ ଓଡ଼ିଶାରୁ ମଝିଆ ଭାଇ ପ୍ରଦୀପ୍ତ କିଶୋର, ଶଳା ଦେବାଶିଷ ଦାସ,ସମ୍ପର୍କୀୟ ଭାଗ୍ୟଧର ସାମଲ ପୁନେରେ ପହଁଚିବା ବିଳମ୍ବ ଓ ମହାମରୀକୁ ଲକ୍ଷକରି ବହୁ ଚେଷ୍ଟା ପରେ ଶେଷରେ ପୁନେର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନର କର୍ଯ୍ୟକର୍ତା ସତ୍ୟ ପ୍ରକାଶ ଦାସଙ୍କୁ ଯୋଗାଯୋଗ କରି ସହାୟତା ଲୋଡିଥିଲେ। ସ୍ପ୍ରେଡ଼ ହାପିନେସର ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର ଓ ଅନ୍ୟ ସଦଷ୍ୟଙ୍କ ଉଦ୍ୟମରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ମିଳିତ ବୁଝାମଣାରେ ମରଶରୀରକୁ ତାଙ୍କ ପୈତୃକ ଗାଁ ଓଡିଶାର କେନ୍ଦ୍ରାପଡ଼ାକୁ ଆଣି ଶେଷକୃତ୍ୟ ଦର୍ଶନ ସହିତ ଅନ୍ତିମ ସଂସ୍କାର ପାଇଁ ଗତ କାଲି ରାତିରେ ମୁମ୍ବାଇରୁ ଆଜି ଏଆର ଇଣ୍ଡିଆ ଜାହାଜ ଦ୍ୱାରା ପଠାଗଲା।ଏହି କାର୍ଯ୍ୟରେ ସହଯୋଗ କରିଥିଲେ ପୁନେ ରହୁଥିବା ସୁଶାନ୍ତ କୁମାର ସାହୁ, ଚିତ୍ତ ରଂଜନଙ୍କ ସାଙ୍ଗ ବରଦା ପ୍ରସାଦ କର, ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ବିଜୟ ବେହେରା ଏବଂ ପୁନେ ଚାକନ ନିଵାସୀ ସମାଜ ସେବୀ ବିଜୟ ପାଣି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here