ଜରୁରୀ କାଳୀନ ସେବା ପାଇଁ ମିଳୁ ନାହାଁନ୍ତି ଡ଼ାକ୍ତର; ବଢୁଛି ଜନ ଅସନ୍ତୋଷ

0
288

ବେଲଗୁଣ୍ଠା:ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରୁରୀକାଳୀନ ସେବା ପାଇଁ ଡ଼ାକ୍ତର ଅନୁପସ୍ଥିତ ଥିବା ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ଆଜି ଅପରାହ୍ଣ ଦୁଇ ଘଣ୍ଟ ସମୟରେ ବେଲଗୁଣ୍ଠାର ଦେବେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି କୁକୁର କାମୁଡାରେ ଆହତ ହୋଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ପହଞ୍ଚିଥିଲେ I କିନ୍ତୁ ସେଠାରେ ଡ଼ାକ୍ତରଙ୍କ ପ୍ରକୋଷ୍ଠ ଖୋଲାଥିଲେ ମଧ୍ୟ କୌଣସି ଡ଼ାକ୍ତରଙ୍କ ଦେଖା ମିଳିନଥିଲା I ସେଠାରେ ଥିବା ମେଡିକାଲ୍ କର୍ମଚାରୀଙ୍କୁ ଡାକ୍ତରଙ୍କ ବିଷୟରେ ପଚାରିବାରେ ମଧ୍ୟ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ I ଫଳରେ ଦେବେନ୍ଦ୍ର ଭଞ୍ଜନଗର ମେଡିକାଲ୍ କୁ ଚାଲିଯାଇଥିବା ବେଳେ ବେଲଗୁଣ୍ଠାର ଶିଖା ପାତ୍ର ନାମକ ଅନ୍ୟ ଏକ ଗୁରୁତର ରୋଗୀ ବ୍ରହ୍ମପୁର ମେଡିକାଲ୍ କୁ ପଳାଇ ଯିବା ସହ ଯିବାବେଳେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ I ଏହି ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠାର ଶିବରାମ ଚୌଧୂରୀ ନାମକ ଜନୈକ ଗଣମାଧ୍ୟମ ପ୍ରତିନିଧି ମେଡିକାଲ୍ ରେ ପହଞ୍ଚି ଡ଼ାକ୍ତରଙ୍କ ପ୍ରକୋଷ୍ଠରେ ଡ଼ାକ୍ତର ନଥିବାର ଦୃଶ୍ୟକୁ ଭିଡ଼ିଓ କରୁଥିବା ବେଳେ ହଠାତ୍ ଡ଼କ୍ଟର୍ ଶୁଭମ୍ ପାତ୍ର ଆସି ଶିବରାମଙ୍କ ମୋବାଇଲ୍ ଟିକୁ ଛଡ଼ାଇ ନେବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ I ଏହାପରେ ଶିବରାମ ଜଣେ ଗଣମାଧ୍ୟମ ପ୍ରତିନିଧି ବୋଲି ଜାଣିବା ପରେ ଡ଼କ୍ଟର୍ ଶୁଭମ୍ ତାଙ୍କୁ ମୋବାଇଲ୍ ଟି ଫେରାଇଥିଲେ I ଏନେଇ ଶିବରାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼କ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ଶ୍ରୀ ସ୍ୱାଇଁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ପ୍ରକାଶ କରିଥିଲେ I ପ୍ରକାଶ ଥାଉକି ବେଲଗୁଣ୍ଠାରେ ବିଭିନ୍ନ ସମୟରେ ରୋଗୀ ଘଣ୍ଟା ଘଣ୍ଟା ଧରି ଡ଼ାକ୍ତରଙ୍କୁ ଅପେକ୍ଷା କରୁ୍ଥିବା ବେଳେ ଡ଼ାକ୍ତରଙ୍କ ଅନୁପସ୍ଥିତ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି I ଆଗାମୀ ଦିନରେ ଏହି ଜନ ଅସନ୍ତୋଷ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ କୁ ବିଶେଷ ପ୍ରଭାବିତ କରିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here