ନାଟ୍ୟକାର ବଂଶୀଧର ମିଶ୍ରଙ୍କ ପରଲୋକ

0
420

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଘୁମୁସରର ଜଣେ ଜଣାଶୁଣା ନାଟ୍ୟକାର, ନାଟ୍ୟ ନିର୍ଦେଶକ ବଂଶୀଧର ମିଶ୍ରଙ୍କ ବେଲଗୁଣ୍ଠା ଠାରେ ଦେହାନ୍ତ ହୋଇଯାଇଛି, ଅମଲା ସଂଘ, ଓ ଅଣ ଗେଜେଟେଡ କର୍ମଚାରୀ ସଂଘର ସେ ଜଣେ ସକ୍ରିୟ ସଭ୍ୟ ଥିଲେ, ଆଜି ତାଙ୍କ ମର ଶରୀରକୁ ନିଜ ଗ୍ରାମ କୋକଲୁଣ୍ଡା କୁ ନିଆଯାଇଛି. ଶ୍ରମିକ ନେତା ତଥା ସମାଜ ସେଵୀ ଶୂଳପାଣି ଶତପଥୀ ଓ ସମ୍ବାଦ ସାହିତ୍ୟ ଘର ଭଂଜନଗର, ସଭାପତି ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଘୁମୁସର ମାଟି ତାର ଜଣେ କୃତୀ ସନ୍ତାନକୁ ହରାଇଲା,ସେମାନେ ସ୍ଵର୍ଗତ ମିଶ୍ରଙ୍କ ଆତ୍ମାର ସଦଗତି କାମନା କରିଛନ୍ତି.

LEAVE A REPLY

Please enter your comment!
Please enter your name here