ଗଞ୍ଜେଇ ସହ ବାଇକ ଜବତ ; ୨ ଗିରଫ

0
867

ଭଞ୍ଜନଗର : ଗଂଜାମ-କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ଥାନା ଏସ.ଆଇ କେଶବ ଶଢଙ୍ଗୀ ଓ ଅନ୍ୟ କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଦୁର୍ଗା ପ୍ରସାଦ ଠାରେ ଗୋଟିଏ ହିରୋ ସିବିଜେଡ ମୋଟର ସାଇକେଲ ନଂ ଓଡ଼ି ୦୬ ଏ ୧୧୭୯ରେ ଦୁଇ ଜଣ ଯୁବକ ଆସୁଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପୋଲିସ ତଲାସୀ ନେବାରେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗଞ୍ଜେଇ ବାହାରିଥିଲା। ଉକ୍ତ ଗଞ୍ଜେଇକୁ ଓଜନ କରିବାରେ ତାହା ୨୩କେଜିରୁ ଉର୍ଦ୍ଧ୍ବ ରହିଥିବା ଜଣାପଡିଛି।ପୋଲିସ ସେହି ୨ଜଣ ଯୁବକଙ୍କ ସହ ବାଇକ ଓ ଗଞ୍ଜେଇକୁ ଜବତ କରିଛି।ଅଭିଯୁକ୍ତ ମାନେ ହେଲେ ଉଦୟଗିରି ଥାନା ପେନାଲ ଗ୍ରାମର ସୂର୍ଯ୍ୟକାନ୍ତ ନାୟକ ଓ ପଶ୍ଚିମବଙ୍ଗ ମୁର୍ସିଦା ବାଦ ବାମୁନିଆର ପ୍ରକାଶ ମଣ୍ଡଳ। ଫୁଲବାଣୀ ରୁ ଭୁବନେଶ୍ୱର ବ୍ୟବସାୟ ଉଦ୍ଦେଶ୍ୟରେ ଏହି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି।କେସ ନମ୍ବର ୫୦୮/୨୧ ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here