କୋଡ଼ିଙ୍ଗା ବନବିଭାଗ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

0
340

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ବନାଞ୍ଚଳ ଅନ୍ତର୍ଗତ ଡେଙ୍ଗାଗୁଡା ପଞ୍ଚାୟତ ର ବିରିଗୁଡ଼ା ଗ୍ରାମରେ ଆଜି ଏକ ବନ୍ୟ ଜନ୍ତୁ ଙ୍କ ଉପରେ ଏକ ଜନ ସଚେତନତା ଶିବିର କୋଡ଼ିଙ୍ଗା ବନବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହା ସହ ବିଗତ କିଛି ରାତ୍ରରେ କୋଡ଼ିଙ୍ଗା ବନବିଭାଗ ତରଫରୁ ରେଞ୍ଜର ଶ୍ରୀ ଆଶିଷ କୁମାର କହଁର ଙ୍କ ଆଦକ୍ଷତା ରେ ଫୋରେଷ୍ଟର ଶ୍ରୀ ପ୍ରଶାନ୍ତ କୁମାର ପାଢୀ, ବନରଖି ପ୍ରଭାତ ବିଶୋଇ ଙ୍କ ସହ ତାଙ୍କ ଟିମ ନାଇଟ ପେଟ୍ରୋଲିଂ କରି ଆସୁଛନ୍ତି । ଆଜି ପାପଡାହାଣ୍ଡି ବ୍ଲକର ବିରିଗୁଡ଼ା ଗ୍ରାମରେ କୋଡ଼ିଙ୍ଗା ବନାଞ୍ଚଳ ର ଅନୁକୂଲ୍ୟ ରେ ଗ୍ରାମର ଜନ ସାଧାରଣ ଙ୍କୁ ବନ୍ୟ ଜନ୍ତୁ ମାନଙ୍କ ଉପରେ ଏକ ସଚେତନତା ସୃଷ୍ଟି ସହ ବନ୍ୟ ପଶୁ ଙ୍କ ସୁରକ୍ଷା ବ୍ୟବସ୍ଥା ଓ ନିଜେ ନିଜ ଉପକାରୀତା ଉପରେ କୋଡ଼ିଙ୍ଗା ରେଞ୍ଜର ଶ୍ରୀ ଆଶିଷ କୁମାର କହଁର ଏକ ଆଲୋକପାତ କରିଥିଲେ । ଜଙ୍ଗଲ କୁ ମନଇଚ୍ଛା କାଟିବା ସହ ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ଜଙ୍ଗଲ ର ପଶୁ ସହର ମୁହାଁ ହେବା ସହ ସ୍ଥାନେ ସ୍ଥାନେ ବୁଲିବା କୁ ନେଇ ଖୋଳ ଲୋକଙ୍କ ଗୁଜବ ରେ ଆତଙ୍କିତ ନହୋଇବା ବିଷୟ ରେ ଶ୍ରୀ କହଁର କହିଛନ୍ତି । ପାପଡାହାଣ୍ଡି ବଜାରରେ ଓ ବିରିଗୁଡ଼ା ସ୍ୱାସ୍ତ୍ୟ କେନ୍ଦ୍ର ରେ ବୁଲୁଥିବା ଭାଲୁଗୁଡିକ ଖାଦ୍ୟ ଅନେଶ୍ଵଣ ରେ ସହର ମୁହାଁ ହେବାସହ ,ବର୍ତ୍ତମାନ ଆଖ ପାଖ ଅଞ୍ଚଳରେ ବୁଲିବା ଭାଲୁ ଗୁଡିକୁ ଦେଖି ଭୟ ନହେବା ସହ ତୁରନ୍ତ ସ୍ଥାନୀୟ ବନପାଳ କିମ୍ଵା ବନରଖି ଙ୍କୁ ଖବର ଦେବାପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ରାତି ହେଲେ ବିରିଗୁଡ଼ା ଓ ଆଖପାଖ ଅଞ୍ଚଳରେ ଭାଲୁଗୁଡିକ ଖାଦ୍ୟ ପାଇଁ ବୁଲୁଥିବା ସାଧାରଣ ରେ ଦେଖିବାକୁ ମିଳିଛି ତେଣୁ ଏହାକୁ ନେଇ ବନବିଭାଗ ସେହି ଅଞ୍ଚଳ ମାନଙ୍କ ରେ ନାଇଟ ପେଟ୍ରୋଲିଂ ସହ ଦିନବେଳେ ଜନ ସଚେତନତା ସୃଷ୍ଟି କରୁଅଛି । ଆଜିର ଏହି ଜନ ସଚେତନତା ଶିବିରରେ କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର, କୋଡ଼ିଙ୍ଗା ବନପାଳ ପ୍ରଶାନ୍ତ କୁମାର ପାଢୀ, ବନରଖି ଦୀପକ କୁମାର ପ୍ରଧାନ ଙ୍କ ସହ ବିରିଗୁଡ଼ା ଗ୍ରାମବାସୀ ଓ ସେହି ଅଞ୍ଚଳ ର ବନବିଭାଗ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ ।
ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here