ରାଇକିଆ ବଜାରରେ ଜାଲ ନୋଟ ୧୦୦ ଟଙ୍କିଆ ଜାଲ ନୋଟ

0
778

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଗତ କିଛି ଦିନ ଧରି ଜାଲ ନୋଟ ଘୂରିବୁଲୁଥିବା ଜଣାପଡିଛି । ଗ୍ରାମାଞ୍ଚଳ ଜନସାଧାରଣ ଏ ବିଷୟରେ ଅଜ୍ଞ ଥିବାରୁ ବହୁଳ ମାତ୍ରାରେ ଏହାର ଶିକାର ହେଉଛନ୍ତି । ଜାଲ ନୋଟ ବିଷୟରେ ଜାଣିବା ପରେ ଭୟରେ ଲୋକେ ତାକୁ ନଷ୍ଟ କରିଦେଉଥିବା ଖବର ମିଳୁଅଛି । ଏହି ଜାଲ ନୋଟ କେଉଁଠୁ ଏବଂ କେମିତି ଏହି ଅଞ୍ଚଳରେ ପହଞ୍ଚିଅଛି ଏହା ସନ୍ଧେହ ଘେରରେ ଥିବା ବେଳେ ଏହା ପଛରେ ଏକ ବଡ ରାକେଟ ଥିବା ସନ୍ଦେହ ପ୍ରକାଶ ପାଉଛି । କିଛିଦିନ ତଳେ ଜଣେ ବ୍ୟବସାୟୀ ଙ୍କୁ କେହିଜଣେ ୫୦୦ ଟଙ୍କିଆ ଜାଲ ନୋଟ ଦେଇଥିବା ପୁଣି ଏବେ ୧୦୦ ଟଙ୍କିଆ ଜାଲ ନୋଟ ବହୁଳ ମାତ୍ରାରେ ବଜାରରେ ବୁଲୁଥିବା ଜାଣି ବ୍ୟବସାୟୀ ମହଲରେ ଚିନ୍ତାର କାରଣ ପାଲଟିଅଛି । ଏନେଇ ରାଇକିଆ ଥାନା ଏସଆଇ ବି କେ ସିଂହ ଙ୍କୁ ଯୋଗାଯୋଗ କରିବାରୁ ଆମ ପାଖରେ ସେମିତି କିଛି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here