୩୨ ବର୍ଷ ପରେ ଘରକୁ ଫେରିଲେ ପରିବାରର ମୁରବୀ, ପ୍ରଶଂସାରେ ଶତମୁଖ “ଟିମ କ୍ଲିନ ସିଟି”

0
276

ବ୍ରହ୍ମପୁର: ଦୀର୍ଘ 32ବର୍ଷ ପରେ ଘରର ମୁରବୀ ଫେରିଛନ୍ତି। ପରିବାର ସଦସ୍ୟଙ୍କ ଖୁସି କହିଲେ ନସରେ। ଦୁଇ ବର୍ଷ ପୂର୍ବେ ବ୍ରହ୍ମପୁରର ସ୍ବେଛାସେବୀ ସଂଗଠନ ଟିମ କ୍ଲିନ ସିଟି ଆଗା ସାହି ସ୍ଥିତ କେଦାରେଶ୍ୱର ମନ୍ଦିର ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଯାହାଙ୍କ ନାମ ରାଜୁ ବୋଲି ଜଣାପଡିଥିଲା। ଉଦ୍ଧାର ପରେ ପ୍ରଥମେ ରାଜୁଙ୍କୁ ଆଶ୍ରୟ ସ୍ଥଳୀରେ ଓ ପରେ ଜରାଶ୍ରମରେ ରଖାଯାଇଥିଲା। କୌଣସି କାରଣରୁ ରାଜୁ ସେଠାରୁ ଚାଲି ଆସି ପୁଣି ରାସ୍ତା କଡରେ ଖୋଲା ଆକାଶ ତଳେ ବର୍ଷା, ଖରା ଓ ଶୀତ ସହି ଦୁର୍ବିଶହ ଜୀବନ ବିତାଉଥିଲେ। ଲୋକଙ୍କ ଠାରୁ ଖବର ପାଇ ରାଜୁଙ୍କୁ ଅନେକ ସମୟରେ ଟିମ କ୍ଲିନ ସିଟିର ସଦସ୍ୟ ମାନେ ସହାୟତା ଯୋଗାଇ ତାଙ୍କ ଉପରେ ନଜର ରଖି ଆସୁଥିଲେ। ରାଜୁଙ୍କୁ ତାଙ୍କ ପରିବାର ସହ ମିଶାଇବାକୁ ପଣ କରିନେଲା ଟିମ କ୍ଲିନ ସିଟି। ଆଜି ଭୋର ସମୟରୁ ଟିମର ସଦସ୍ୟମାନେ ଏକାଠି ହୋଇ ବିଜିପୁର ଛକ ସ୍ଥିତ ରେଷ୍ଟଶେଡ଼ ଯେଉଁଠି ଟିମ ସଦସ୍ୟଙ୍କ ଦ୍ୱାରା ରାଜୁଙ୍କୁ ରଖାଯାଇଥିଲା ସେଠାରୁ ତାଙ୍କୁ ଅଟୋ ଯୋଗେ ତାଙ୍କ ନିଜ ଗ୍ରାମ ଶିଙ୍ଗାବାଡ଼ି ଅଭିମୁଖେ ନିଆଯାଇଥିଲା। ଗ୍ରାମରେ ରାଜୁଙ୍କୁ ଦେଖି ଚିହ୍ନି ପାରିଥିଲେ ସମସ୍ତେ। ସବୁଠାରୁ ବଡ଼ କଥା ହେଲା ଦୀର୍ଘ ବର୍ଷ ପରେ ମଧ୍ୟ ରାଜୁ ନିଜ ଘର ଓ ପଡ଼ୋଶୀଙ୍କୁ ଚିହ୍ନି ପାରିଥିଲେ। ତେବେ ରାଜୁଙ୍କ ପରିବାର ସଦସ୍ୟମାନେ ଗାଁରେ ରହୁନଥିବାରୁ ଘରଟି ନଷ୍ଟ ହୋଇ ଢି଼ଅ ହୋଇସାରିଛି। ପରେ ରାଜୁଙ୍କ ନାମ କାମରାଜୁ ପାତ୍ର ଓ ତାଙ୍କର ଦୁଇ ପୁଅ ଓ ସ୍ତ୍ରୀ ନିକଟସ୍ଥ ଲାଠି ଗ୍ରାମରେ ଥିବା ଜଣାପଡିବା ପରେ ରାଜୁଙ୍କୁ ଟିମ ସଦସ୍ୟମାନେ ଲାଠି ଗ୍ରାମକୁ ନେଇଥିଲେ। ସେଠାରେ ରାଜୁଙ୍କ ପୁଅ ଦାଶରଥିଙ୍କ ସହ ଯୋଗାଯୋଗ କରି ରାଜୁଙ୍କୁ ତାଙ୍କ ଘରକୁ ନିଆଯାଇଥିଲା। ସେଠାରେ ରାଜୁଙ୍କ ପତ୍ନୀ ମନୋରମା ଦୀର୍ଘ ବର୍ଷ ପରେ ନିଜ ସ୍ୱାମୀଙ୍କୁ ସୁରକ୍ଷିତ ପାଇ ଖୁସିରେ ବିଭୋର ହୋଇଯାଇଥିଲେ। ସେପଟେ ବାପାଙ୍କୁ ପାଇ ପୁଅ ବି ଖୁସ। ପରିବାରର ମୁରବୀଙ୍କୁ ପରିବାର ସଦସ୍ୟଙ୍କ ସହ ମିଶାଇ ପାରିଥିବାରୁ ପ୍ରଶଂସାରେ ଶତମୁଖ ଟିମ ସଦସ୍ୟ।

LEAVE A REPLY

Please enter your comment!
Please enter your name here