ମଠସର ସିଂହ ଗ୍ରାମ ପଂଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

0
374

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସର ସିଂହ ଗ୍ରାମ ପଂଚାୟତର ମାଆ ଯୋଡି କଲ୍ୟାଣ ଠାକୁରାଣୀଙ୍କ ପୀଠରେ ବ୍ଲକର ପୂର୍ବତନ ବିଜେଡି ସାଧାରଣ ସମ୍ପାଦକ ଶରତ ପାଣ୍ଡିଙ୍କ ତତ୍ୱବିଧାନରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନୀ କୁମାରୀ ଦେଓଙ୍କ ଜଣାଶୁଣା ଅନୁଗତ ବହୁ ବିଜେଡି କର୍ମୀ ଏକତ୍ରିତ ହୋଇଥିଲେ । ଆଗାମୀ ପଂଚାୟତ ନିର୍ବାଚନରେ ପରିବର୍ତିତ ପରିସ୍ଥିତିର ରଣନୀତି କୌଶଳକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ସେମାନେ। ଏପରିକି ଏହି ବୈଠକରେ ଏକତ୍ରିତ ହୋଇଥିବା ଛାମୁଆ ବିଜେଡି କର୍ମକର୍ତ୍ତା ଓ ନେତୃ ମଣ୍ଡଳୀଙ୍କ ନିଷ୍ପତ୍ତିରୁ ଜଣାଗଲା ଯେ, ଯେତେ ଯାହା ହେଲେ ମଧ୍ୟ ସେମାନେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନୀ ଦେବୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତି ଏକାନ୍ତ ଆନୁଗତ୍ୟ ପ୍ରକାଶ କରିଥିଲେ । ପରନ୍ତୁ ବିଜେଡିରେ ବିଶ୍ୱାସ ରଖିଥିବା ସମସ୍ତ ଛାତ୍ର, କୃଷକ, ଶ୍ରମିକ ଯେଉଁମାନେ ତୃଣମୂଳ ସ୍ତରରେ କାମ କରି ଆସିଛନ୍ତି, ସେମାନେ ଏହି ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ୱରରେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନେକଙ୍କ ମଧ୍ୟରୁ ଗ୍ରାମ ପଂଚାୟତ ସ୍ତରୀୟ ଜଣାଶୁଣା ନେତା ଭାବେ ସର୍ବଶ୍ରୀ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ସେଠି, ସୁଶାନ୍ତ ନାୟକ, ପ୍ରଦୀପ କୁମାର ବେହେରା, ପ୍ରଫୁଲ୍ଲ ସେଠି, ଜଗନ ସେଠି, ଶିବରାମ ସ୍ବାଇଁଙ୍କ ସମେତ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଯୋଗ ଦେଇଥିବା ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here