କ୍ଷତ ବିକ୍ଷତ ହେଟା ବାଘ ଉଦ୍ଧାର

0
334

ହିଞ୍ଜିଳିକାଟୁ(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ତହସିଲ ଦାରୁଭଦ୍ର ଗ୍ରାମ ରାସ୍ତା କଡ଼ କାନ୍ଦୁଲ ବିଲ ନିକଟରୁ ଏକ କ୍ଷତ ବିକ୍ଷତ ହେଟା ବାଘ ଉଦ୍ଧାର କରାଯାଇଛି l ହେଟା ବାଘର ଶରୀର ରେ ଅନେକ କ୍ଷତ ସ୍ଥାନ ରହିଛି l କୌଣସି ଅଜଣା ଗାଡି ଧକାରେ ହେଟା ବାଘଟି ଗୁରୁତର ଆହତ ହୋଇଥିବା ଅନୁମାନ କରାଯାଉଛି l ଆଜି ସକାଳ ସାଢେ 9 ଟା ସମୟରେ ହେଟା ବାଘଟି ଚିତ୍କାର କରୁଥିବା ଶୁଣି ଆଞ୍ଚଳିକ ଵିକାଶ ପରିଷଦର ସଦସ୍ୟ ଧର୍ମରାଜ ପାତ୍ର ଓ ସମ୍ପାଦକ ବିଜେନ୍ଦ୍ର ମାଝୀ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରି ଥିଲେ , ଶ୍ରୀ ନାୟକ ଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ବନ ବିଭାଗର ଉଦ୍ଧାରକାରି ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ଆହତ ହେଟା କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଇଥିବା ଜଣାପଡିଛି l ଉଦ୍ଧାର ପୂର୍ବରୁ ହେଟା ବାଘଟିର ପ୍ରାଣ ବାୟୁ ଉଡିଯାଇଥିବା ଅନୁମାନ କରାଯାଉଛି l

LEAVE A REPLY

Please enter your comment!
Please enter your name here