ଗଜପତିର ଦୁଇଦିନ ରେ ୨୧୭ ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି; ଏହାର ଆନୁମାନିକ ମୂଲ୍ୟ୨୧କୋଟିରୁ ଉର୍ଦ୍ଧ୍ବ

0
233

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମହୋନା ଏବଂ ନୁଆଗଡ ବ୍ଲକର ଅନ୍ତର୍ଗତ ପାହାଡିଆ ଦୁର୍ଗମ ଅଞ୍ଚଳରେ ହେଉଥିବା ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିବା ପାଇଁ ପ୍ରକିୟା ଆରମ୍ଭ କରିଛନ୍ତି ଜିଲ୍ଲା ଅବକାରୀ ବିଭାଗ ଜିଲ୍ଲା ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ନୁଆଁଗଡ ବ୍ଳକ ଅଞ୍ଚଳରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ଦୁର୍ଗମ ଅଞ୍ଚଳର ଅନୁଗୁର ପଞ୍ଚାୟତର କାଟମା ଓ ତାର ଆଖପାଖ ଅଞ୍ଚଳର ପ୍ରାୟ ଶହେ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଯାହା କି ଗଜପତି ଜିଲ୍ଲା ପ୍ରଶାସନିକ ପକ୍ଷରୁ ଏହି ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ରୁପେ ନଷ୍ଟ କରିବା ନିମନ୍ତେ
ବିଭାଗୀୟ ଅଧିକାରୀ ମାନେ ଏହାକୁ ଏକ ପ୍ରକାର ଗଞ୍ଜେଇ କାରବାରକୁ ମୂଳପୁଛ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରାଯାଇଥିବା ବେଳେ । ଜିଲ୍ଲାର ବିଭିନ୍ନ ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରୁ ରେକର୍ଡ ସଂଖ୍ୟକ ଗଞ୍ଜେଇ ଜବତ କରାଯାଉଥିଲେ ମଧ୍ୟ ନୁଆଁ ନୁଆଁ ଉପାୟରେ ମାଫିଆ ମାନେଚାଲାଣ କରୁଥିବା ବେଳେ ନିରିହ ଆଦିବାସୀ ମାନଙ୍କୁ ବ୍ୟବହାର କରି ଏଠାକାର ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ବ୍ୟବସାୟ କରି ଏବଂ ଏଠାରେ ଏହି ସ୍ଥାନ ରେ ଗଞ୍ଜେଇ ଚାଷକରି ସେହି ଅମଳ ହେଉଥିବା ଗଞ୍ଜେଇ କୁ ରଖି ବର୍ଷ ତମାମ ଚାଲାଣ କରିଥାନ୍ତି । ତଥାପି ଦିନକୁ ଦିନ ଏହା ବୃଦ୍ଧି ପାଉଥିବା ଖେତ୍ରରେ ଗଞ୍ଜେଇ ଚୋରା ଚାଲାଣ କୁ ରୋକିବା ପାଇଁ ପ୍ରତେକ ବର୍ଷ ଏହି ସମୟରେ ଜଙ୍ଗଲ ମଧ୍ୟରେ ବୁଲି ଅନୁସନ୍ଧାନ କରି ଜିଲ୍ଲା ପ୍ରଶାସନ ର ଆଦେଶ ନାମା ଅନୁସାରେ ବିଭିନ୍ନ ବିଭାଗର ମିଳିତ ଆନୁକୁଲ୍ୟରେ ଗଞ୍ଜେଇ ଚାଷକୁ ନଷ୍ଟ କରୁଥିବା ବେଳେ ଚଳିତ ବର୍ଷ ପ୍ରଥମ ଦୀନରେ ନୁଆଁଗଡ ବ୍ଳକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କାଟମା ଓ ଆଖପାଖ ଅଞ୍ଚଳରେ ପାଖାପାଖି ଶହେ ଏକର ଜଙ୍ଗଲ ଜମିରୁ ଦୁଇ ଲକ୍ଷ ଦଶ ହଜାର ଗଛକୁ ନଷ୍ଟ କରିଛି ସ୍ବତନ୍ତ୍ର ଟିମ୍ । ସେହିପରି ଗତକାଲି ତଥା ୨୦ତାରିଖ ଶନିବାର ଦିନ ରେ ମଧ୍ୟ ସରକାରୀ ସ୍ଥଳରେ୧୧୨ଏକର ସରକାର ସ୍ଥଳ ନାରଙ୍ଗି ଗ୍ରାମ ନିକଟରେ ଶିକୁଳିପଦର ମୈଜାର ବାଘମାରି ଗ୍ରାମପଞ୍ଚାୟତ ରେ ପାଖାପାଖି ୧୫ କୋଟି ଟଙ୍କା ସ୍ଥଳ ରେ ୨,୨୪,୦୦୦/-ଟଙ୍କା ର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଆଗକୁ ଏହି ପ୍ରକିୟା ଜାରି ରହିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । ଏବଂ ଅପରପକ୍ଷରେ

ପୁର୍ବରୁ ମାଫିଆ ମାନେ ଗଞ୍ଜେଇ ଚାଲାଣ ପାଇଁ ନୁଆଁ ନୁଆଁ ତାରିକା ଆପଣାଉଥିଲେ ହେଲେ ଏବେ ବେଆଇନ ଗଞ୍ଜେଇ ଚାଷରେ ମଧ୍ୟ ନୂତନ ଟେକ୍ନୋଲୋଜି କୁ ବ୍ୟବହାର କରୁଛନ୍ତି ଯାହାକୁ ଦେଖିପାରିବେ ନାହିଁ ଓ ଦେଖାନଯିବା ପାଇଁ ମାଫିଆ , ପାହାଡ ଉପରେ ପଲଥିନ ଢାଙ୍କି କୃତିମ ପୋଖରୀ ତିଆରି କରି ବର୍ଷା ପାଣିକୁ ସଞ୍ଚୟ କରି ପମ୍ପ ଦ୍ବାରା ସେହି ପାଣିକୁ ଗଞ୍ଜେଇ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିବା ଖବର ମିଳିଛି। ଏଠାରେ ଏହି ଗଞ୍ଜେଇ ଚାଷକୁ ନଷ୍ଟ କରିବା ଜିଲ୍ଲା ପ୍ରଶାସନ ବ୍ୟାପକ ଉଦ୍ୟମ ଚଳାଉଥିବା ଦେଖିବାକୁ ମିଳିଛି । ଏମିତି କି ସଳ୍ପ ସମୟରେ ଅଧିକ ପରିମାଣର ଗଞ୍ଜେଇ ଅମଳ ସକାଶେ ହାଇବ୍ରିଡ ବିହନ ଏବଂ ଔଷଧ ମଧ୍ୟ ବ୍ୟବହାର କରୁଛନ୍ତି ଏହି ସମସ୍ତ ବିଷୟବସ୍ତୁ କୁ ସମସ୍ତ ଅର୍ଥ ଯୋଗାଉଛନ୍ତି ଆନ୍ଧ୍ର ପ୍ରଦେଶର ମାଫିଆ ମାନେ । ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଚାଷ ପରିମାଣ କମିଛି ଏବଂ ଭୟରେ ଅଧିକ ଘଞ୍ଚ ଜଙ୍ଗଲ ଭିତରେ ଚାଷ କରୁଛନ୍ତି ତେଣୁ ପାଣି ପାଇଁ ମଟର ବ୍ୟବହାର କରୁଛନ୍ତି ସେସବୁକୁ ମଧ୍ୟ ନଷ୍ଟ କରାଯାଇଥିବା ଜିଲ୍ଲା ପ୍ରଶାସନ ଏକ ଲୋକଦେଖାଣିଆ କାର୍ଯ୍ୟକ୍ରମ ଛଡ଼ା ଅନ୍ୟ କିଛି ନାହିଁ। ଏହି ବ୍ଲକ ମାନଙ୍କ ରେ ସରକାରୀ କର୍ମଚାରୀ କ’ଣ କରୁଛନ୍ତି କାରଣ ଏଠାରେ କ’ଣ ରାତା ରାତି ସାରା ବ୍ଲକ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଚାଷ ହେଉଜାଉଛି ନାଁ କ’ଣ? ଏହି ବ୍ଲକ ଗୁଡ଼ିକର ସମସ୍ତ ବିଭାଗର ଅଧିକାରୀ ତଥା ଅଙ୍ଗନବାଡ଼ି କେନ୍ଦ୍ର ତାଙ୍କର କାମ କାର୍ଯ୍ୟକ୍ରମ ତାଙ୍କ କର୍ମଚାରୀ ମାନେ କାର୍ଯ୍ୟ ନିର୍ବାହୀ କରୁଛନ୍ତି, ସେହିପରି ଓଡିଶା ସ୍ପେସଲ ବନ ବିଭାଗ ପକ୍ଷରୁ ସେମାନଙ୍କ କାର୍ଯ୍ୟକ୍ରମ ସମ୍ପାଦନା କରୁଛନ୍ତି। ସେହିପରି ରାଜସ୍ବ ବିଭାଗ ତରଫରୁ ଆର୍ ଆଇ ମଧ୍ୟ ସେହି ଅଞ୍ଚଳ ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସେହିପରି ପୁଲିସ ପେଟ୍ରୋଲିଂ ମଧ୍ୟ କରୁଛନ୍ତି। ଏହି ଅବସରରେ ସମସ୍ତ ବିଭାଗ ବ୍ଲକ ର କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତ ଅଧିକାରୀ ଙ୍କ ସମୟରେ ଅନୁଧ୍ୟାନ କରୁଥିବା ବେଳେ ପ୍ରତି ବର୍ଷ ଏହି ଗଞ୍ଜେଇ ଚାଷ କରିବା ପାଇଁ କେମିତି ସମ୍ଭବପର ହୋଇପାରୁଛି। ଯେଉଁ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ଏଠାରେ ସାଧାରଣ ଲୋକଙ୍କ କହିବା ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୁଆ ନୁଆ ସହେବ ବାବୁ ମାନେ ଏମିତି ଜିଲ୍ଲା କୁ ଆସିବା ସମୟରେ ଧରପଗଡ କରାଯାଇଛି ତାହା ପରେ ସଂପୂର୍ଣ୍ଣ ପୂର୍ବାଅବସ୍ତା କୁ ଚାଲିଆସେ। ଏହାକୁ ପ୍ରକୃତରେ ଲୋକଙ୍କ ହିତକର ପାଇଁ ଯଦି ପ୍ରଶାସନ ଇଛାଶକ୍ତି ଥାଏ ତାହେଲେ ଗଞ୍ଜେଇ ଗଛ ନଷ୍ଟ କରିବା ପରେ ସେହି ସ୍ଥାନ ମାନଙ୍କରେ ସରକାର ଙ୍କ ବହୁତଯୋଜନା ତଥା ମୋନରେଗା ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ଅଞ୍ଚଳ ବାସିନ୍ଦା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ବୋଲି କହୁଛନ୍ତି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here