ସ୍ୱସ୍ତିକ ଟିଭି ଓ ସ୍ୱସ୍ତିକ ପାକ୍ଷିକ ଖବର କାଗଜ ବ୍ରହ୍ମପୁରରେ ଶୁଭାରମ୍ଭ

0
248

ବ୍ରହ୍ମପୁର: ଗୁରୁବାର ସ୍ୱସ୍ତିକ ଟିଭି ଓ ସ୍ୱସ୍ତିକ ପାକ୍ଷିକ ଖବରକାଗଜର ମୁଖ୍ୟ ପରିଚାଳିକା ଅନୁଜାନନ୍ଦ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ବ୍ରହ୍ମପୁରରେ କାର୍ଯ୍ୟାଳୟ ଓ ସ୍ୱସ୍ତିକ ପାକ୍ଷିକ ଖବରକାଗଜ ର ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟାଳୟ ଓ କାଗଜର ସୁଭାରମ୍ବ କରିଥିଲେ।ସମ୍ମାନିତ ଅତିଥି ଭାବରେ ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ତଥା ବିଜେଡି ବ୍ଲକ ସଭାପତି ଅଜିତ କୁମାର ଦାସ ଙ୍କ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଓ ଗଞ୍ଜାମ ଓକିଲ ସଂଘର ସମ୍ପାଦକ ପ୍ରଦୀପ କୁମାର ବେହେରା ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍ୱସ୍ତିକ ଟିଭି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱସ୍ତିକ ଟିଭି ର ଗଞ୍ଜାମ ସଂସ୍କରଣର ମୁଖ୍ୟ ରବୀନ୍ଦ୍ର ପଟନାୟକ, ନବରଙ୍ଗପୁର ସଂସ୍କରଣ ର ମୁଖ୍ୟ ସେବକ ଗରୁଡା,ବିଜୁ ଜନତା ଦଳର ଉପସଭାପତି ଜିତେନ୍ଦ୍ର ରାଉଳ,ଅନୁଷୟା କଳାକେନ୍ଦ୍ରର ମୁଖ୍ୟ ଉଷାରାଣୀ ମହାପାତ୍ର,,ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା,ସମ୍ବାଦିକ ନାରାୟଣ ମହାଙ୍କଡ଼,ଧର୍ମେନ୍ଦ୍ର ରାଉଳ, ନୃସିଂହ ରଞ୍ଜନ ବେହେରା, ନିରାକାର ସାହୁ, ସତ୍ୟଚେତନ ପରିଡା, ପିଣ୍ଟୁ ବେହେରା,ଅଶୋକ ଦାସ, ଦିନେଶ ପଟନାୟକଙ୍କ ସହ ବହୁ ସାମ୍ବାଦିକ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଠାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here