ବିବାହିତା ମହିଳାଙ୍କ ମୃତ୍ୟୁ

0
322

ବେଗୁନିଆପଡା:କୋଦଳା ଏନଏସି ଅନ୍ତର୍ଗତ ଇନାମ ବେଲପଡ଼ା ଗ୍ରାମର ପାର୍ବତୀ ପଲେଇ ନାମକ ୨୬ ବର୍ଷୀୟ ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ପାର୍ବତୀଙ୍କ ଘର ସିଂଗିପୁର ଗ୍ରାମ ହୋଇଥିବା ବେଳେ ଆଜକୁ ୮ ବର୍ଷ ପୂର୍ବେ ଇନାମ ବେଲପଡ଼ାର ଚକ୍ରପାଣି ପଲେଇଙ୍କୁ ବିବାହ କରିଥିଲେ। ତେବେ ଦୀର୍ଘ ଦିନ ଧରି ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିବା ବେଳେ ଆଜକୁ ୪ ବର୍ଷ ହେବ ପାର୍ବତୀ ବାପଘର ସିଂଗିପୁର ରେ ରହୁଥିଲେ। ତେବେ ୨ ଦିନ ତଳେ ଶାଶୁଘର ବେଲପଡ଼ାକୁ କୌଣସି କାମରେ ଆସିଥିଲେ। ସେଠାରେ ସ୍ବାମୀଙ୍କ ସହ କିଛି ବଚସାକୁ କେନ୍ଦ୍ର କରି ଗତ ସଂଧ୍ୟାରେ ସେ କୀଟନାଶକ ପିଇ ଦେଇଥିଲେ। ତୁରନ୍ତ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଦଳା ଥାନା ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ଯବଛେଦ ପାଇଁ ପଠାଇଥିବା ଜଣାପଡିଛି। ମୃତ ପାର୍ବତୀଙ୍କ ଗୋଟିଏ ୬ ବର୍ଷର ପୁଅ ଓ ୩ ବର୍ଷର ଝିଅ ରହିଥିବା ବେଳେ ଏବେ ଉଭୟ ପୁଅ ଝିଅ ମା ଛେଉଣ୍ଡ ହୋଇ ଯାଇଛନ୍ତି। ଅପରପକ୍ଷେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ୨୬/୨୦୨୧ ରେ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here