ଜିଲ୍ଲାସ୍ତରୀୟ “ଜାତୀୟ ଗଣମାଧ୍ୟମ” ଦିବସ-୨୦୨୧ ପାଳନ ; ସହିତ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

0
257

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଗଣମାଧ୍ୟମ ଦିବସ-୨୦୨୧ ପାଳନ ହୋଇଥିଲା ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ “କରୋନା ମହାମାରି ସମୟ’ରେ ଗଣମାଧ୍ୟମ: ଏକ ନୂତନ ଆହ୍ବାନ ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକ ଆଲୋଚନା ପାଠଚକ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ’ରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଗଣମାଧ୍ୟମ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଵ୍ୟକ୍ତବ୍ୟ ରଖିଥିଲେ। ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ ,ବିଭିନ୍ନ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ପ୍ରଶାସନକୁ ପୂର୍ଣ ସହଯୋଗ କରି ଆସୁଛନ୍ତି । ଯେମିତିକି ଗତ ଦେଢ ବର୍ଷ ଧରି ଦେଶରେ କରୋନା ମହାମାରୀ ଯେଉଁ ଭାବେ ସଂକ୍ରମଣ ବ୍ୟାପିଥିବାର ରୂପ ନେଇଥିଲା , ସେ କ୍ଷେତ୍ରରେ ଗଣମାଧ୍ୟମ ହିଁ ପ୍ରଶାସନ’କୁ ପୂର୍ଣ ସହଯୋଗ କରି ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକାଯାଇ ପାରିଥିବା କ୍ଷେତ୍ରରେ ଏହି ସଂକ୍ରାମକ ହ୍ରାସ ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହାକୁ ଆଧାର କରି ସବୁବେଳେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜର ସାମୁହିକ ଉନ୍ନତିରେ ସହାୟକ ହେବାପାଇଁ ଆହ୍ବାନ କରିଥିଲେ ।
ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ୱଜ ଚୌଧୁରୀ , ଶ୍ରୀ ଦ୍ଵିଜେନ୍ଦ୍ର ନାଥ ପାଢ଼ୀ , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀ ଭାଗବତ ପାଢ଼ୀ , ଶ୍ରୀ ଆଦର୍ଶ ଦାସ , ଶ୍ରୀ ରୂପେଶ ସାହୁ ଓ ଦିଲୀପ ଶତପଥୀ ପ୍ରମୁଖ କରୋନା ମହାମାରୀ ସମରେ ପ୍ରଶାସନର କଟକଣା ସତ୍ତ୍ୱେ କିଭଳି ସେମାନେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ କିଭଳି ତାହା ସେମାନଙ୍କ ପାଇଁ ଏକ ଆହ୍ବାନ ସଦୃଶ୍ୟ ଥିଲା , ସେହି ଅନୁଭୂତି ଓ ଅଭିଜ୍ଞତା’କୁ ଅବଗତ କରାଇଥିଲେ ।
ଏହି ବିଷୟରେ କରୋନା ସମୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ଅକାଳ ବିୟୋଗ’ରେ ୨ ମିନିଟ ନିରବ ପ୍ରାର୍ଥନା ମଧ୍ୟ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ଶିସା , ଡିସିପିଓ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଡ଼ିଏସ ଓ ଶ୍ରୀ ପ୍ରଭାକର ତ୍ରିପାଠୀ ପ୍ରମୁଖ ମଞ୍ଚଆସିନ ଥିବା ବେଳେ ବହୁ ଜିଲ୍ଲାସ୍ତରୀୟ ସାମ୍ବାଦିକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here