ସତପ୍ରତିଶତ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

0
262

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ସଭାଗୃହ ଠାରେ ବୁଧବାର କୋଭିଡ ପ୍ରକଳ୍ପର ସତ ପ୍ରତିଶତ ଟୀକାକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ଓ ହର୍ଷଟ୍ରଷ୍ଟ ସ୍ବେଚ୍ଛାସେବୀ ସଙ୍ଗଠନ ଓ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । କୋଷାଗୁମୁଡା ବ୍ଲକର ୨୬ ଗୋଟି ପଞ୍ଚାୟତରେ କିପରି ୧୦୦ ପ୍ରତିଶତ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଜନସାଧାରଣଙ୍କର ଟୀକାକରଣ ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଏଥିରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଗୀତାମଣି ସମରଥ , କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜ୍ଞାନରଞ୍ଜନ ପାଢ଼ୀ ,ଜିଲ୍ଲା ସଂଯୋଜକ ମଦନ ମୋହନ ମହାନ୍ତି , ହର୍ଷଟ୍ରଷ୍ଟ ଟିମଲିଡ଼ର ପ୍ରଭାତ କୁମାର ସାହୁ , ବିପିଏମ ମାନସ କୁମାର ରଥ , କୋଷାଗୁମୁଡା ସିଡିପିଓ ଗୀତାଞ୍ଜଳି ମହାରଣା , ପିଏଚଓ ପୁଷ୍ପାଞ୍ଜଳି ସାମଲ , ବିଡିଏମ ଅମିତ କୁମାର ରାଣା ଓ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ଦାଶରଥି ପାଢ଼ୀ , ରାମଶଙ୍କର ବେହେରା , ଶ୍ରଦ୍ଧାଞ୍ଜଳି ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here