ଲଘୁଚାପଜନିତ ବର୍ଷା ଯୋଗୁଁ ଗଜପତିର ଚାଷବାସ,ଧନଜୀବନ ଅସ୍ତବ୍ୟସ୍ତ ହୋଇଛି

0
256

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହିତ ଜିଲ୍ଲାର ସମସ୍ତ କୋଣ ଅନୁକୋଣରେ ଥିବା ତଥା ସମଗ୍ର ଜିଲ୍ଲାର ସାତଗୋଟି ବ୍ଲକର ବର୍ତମାନ ଲଗାତାର ଲାଗି ରହିଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ଗତକାଲି ଠାରୁ ଗଜପତି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ ବର୍ଷା ଲାଗିରହିଛି । ଗତକାଲି ସକାଳେଏହି ବର୍ଷାର ପରିମାଣ କମ ଥିଲା ବେଳେ କାଲି ମଧ୍ୟରାତ୍ରରୁ ଠାରୁ ସଂପୂର୍ଣ୍ଣ ରୁପେ ଲଗାତାର ବର୍ଷା ଲାଗି ରହିଛି ବେଳେ ଆଜି ସକାଳ ମଧ୍ୟ ବର୍ଷାର ପରିମାଣ ବଢିଛି । ଆଜି ସକାଳୁ ସକାଳୁ ଧାରାବାହିକ ଭାବେ ବର୍ଷା ଲାଗି ରହିଥିବା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଆର.ଉଦୟଗିରି, ରାୟଗଡ, ମୋହନା, ନୁଆଗଡ, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହାରୁ ନାହାଁନ୍ତି । ଯଦ୍ୱାରା ରାସ୍ତାଘାଟ ଶୁନ୍‌ସାନ୍ ହୋଇପଡ଼ିଥିବା ବେଳେ ଚାଷବିଲ ମାନଙ୍କ ରେ ଲଗାଣ ବର୍ଷାରେ ଧାନ କିଆରୀରେ ପାଣି ଠିଆ ହୋଇ ରହୁଥିବା ଯୋଗୁଁ ବିଲର ପାଣି ବାହାରକୁ ଯାଇପାରୁ ନାହିଁ। ଯାହା ଫଳରେ ଚାଷୀମାନେ କହିବା ଅନୁଯାୟୀ ବିଲରେ ଏମିତି ବର୍ଷା ଲାଗି ରହିଥିବାରୁ ବର୍ଷା ପାଣି ଜମି ରହିଥିବାରୁ ଧାନଗଛ ପଚିଜିବ, ଧାନଫସଲ ନଷ୍ଟ ହୋଇଯାଉଛି ବର୍ତମାନ କୋରନା ମହାମାରୀ ସମୟରେ ରୁଣ ବାଡି କରି ଚାଷବାସ କରି ପେଟ ପୋଷୁଥିବା ବେଳେ ଏବେ ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ମୁଣ୍ଡ ଉପରେ ବୋଝ ଉପରେ ଲଳିତା ବିଡ଼ା ଭଳିଆ ଲାଗିଛି ବୋଲି ସାଧାରଣ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here